ଦେଶ ବିଦେଶ

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି! ପରପୁରୁଷ ସହିତ ସମ୍ପର୍କ ରଖିଥିଲେ, ସ୍ଥାୟୀ ଭରଣପୋଷଣ ଦେବେନି ସ୍ୱାମୀ….

ଛାଡ଼ପତ୍ର ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହରିୟାଣା-ପଞ୍ଜାବ ହାଇକୋର୍ଟ। ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ସ୍ୱାମୀ ସହିତ ଛାଡ଼ପତ୍ର ପରେ ସ୍ଥାୟୀ ଭରଣପୋଷଣ ମିଳିବନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ପରକୀୟା ପ୍ରୀତି ଥିବା ନେଇ ପ୍ରମାଣ ମିଳିଲେ ଭରଣପୋଷଣ ପାଇଁ ସ୍ୱାମୀ ଟଙ୍କାଟିଏ ବି ଦେବାକୁ ବାଧ୍ୟ ନୁହେଁ ବୋଲି କୁହାଯାଇଛି।

Extra marital relation

ଖବର ଅନୁଯାଇ ୧୯୮୯ ମସିହା ମେ’ ୮ରେ ଏହି ଦମ୍ପତିଙ୍କର ବିବାହ ହୋଇଥିଲା। କିନ୍ତୁ, ବିବାହର ଦୀର୍ଘବର୍ଷ ପରେ ମଧ୍ୟ ଉଭୟଙ୍କୁ ସନ୍ତାନ ପ୍ରାପ୍ତି ହୋଇନଥିଲା। ଏହି ଘଟଣାକୁ କେନ୍ଦ୍ର କରି ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ମହିଳା ଜଣକ ଏପରିକି ସ୍ୱାମୀଙ୍କୁ କାପୁରୁଷ ମଧ୍ୟ କହିବାକୁ ପଛାଇ ନଥିଲେ। ଏହାପରେ ମହିଳା ଜଣକ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କରେ ରହୁଥିବା ଅଭିଯୋଗ ଆସୁଥିଲା।

High court

ଏମିତିକି ଜଣେ ଜେଲ୍ କର୍ମଚାରୀଙ୍କ ସହିତ ମହିଳା ଜଣକ ସମ୍ପର୍କ ରଖିଥିଲେ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବା ବେଳେ ସେମାନେ ଆପତ୍ତିଜନକ ଅବସ୍ଥାରେ ଧରା ମଧ୍ୟ ପଡ଼ିଥିଲେ। ଏହି ଘଟଣାପରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିଲେ। ଏହି ଘଟଣାର ୧୭ ବର୍ଷ ପରେ ମହିଳା ଜଣକ କୋର୍ଟରେ ଭରଣପୋଷଣ ବାବଦରେ ଟଙ୍କା ପ୍ରଦାନ କରିବା ଲାଗି ଗୁହାରୀ କରିଥିଲେ। ମହିଳାଙ୍କର ଏହି ଆବେଦନକୁ କୋର୍ଟ ଖାରଜ କରି ଦେଇଥିବା ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button