ଓଡିଶା

ମହୁ ଖାଇବାକୁ ଯାଇ ଗଛରୁ ଖସି ପଡ଼ିଲା ଭାଲୁ, ଟ୍ରାନ୍ସଫର୍ମରରେ ଫସି ବିଦ୍ୟୁତ ଆଘାତରେ ମୃତ

ନୀଳଗିରି : ମହୁ ଲୋଭରେ ଭାଲୁ ମଲା ।  ଖାଦ୍ୟ ଅନ୍ବେଷଣରେ ଆସି ଟ୍ରାନ୍ସ ଫର୍ମରେ ଫସି ବିଦ୍ୟୁତ ଆଘାତରେ ଭାଲୁ ମୃତ ।  ନୀଳଗିରି ବନଖଣ୍ଡ ଅଧୀନ ମିତ୍ରପୁର ବିଟ୍ ତଇଲା ସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ତଇଲାସାହିରେ ପଶିଥିଲା ।

ନିକଟରେ ଥିବା ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଚଢିଥିବା ବେଳେ ଖସିପଡି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରେ ପଡିଥିଲା ।  ସକାଳୁ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସ ଫର୍ମରରରୁ ବାହାର କରି ବନ ବିଭାଗକୁ ହସ୍ତାନ୍ତର କରିଛି ।  ସେପଟେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button