ଓଡିଶା

ରାଜ୍ୟରେ ଅଛନ୍ତି ୨୧୨୧ କୁମ୍ଭୀର : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ରାଜ୍ୟରେ ପଶୁପକ୍ଷୀ ଏବଂ ବନ୍ୟପ୍ରାଣୀ ସଂଖ୍ୟାକୁ ନେଇ ଗୃହରେ ବିବୃତ୍ତି ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି ଯେ, ରାଜ୍ୟରେ ଅଛନ୍ତି ୨୧୨୧ କୁମ୍ଭୀର। ୨୦୨୪ ମସିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ହାଡ଼ ଡ୍ୟାମରେ ୮୪ ଗୋ ମୁହାଁ କୁମ୍ଭୀର ଅଛନ୍ତି।

ସେହିପରି ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି। ଗହୀରମଥାରେ ୩.୦୧ ଲକ୍ଷ ଅଲିଭ ରିଡେଲ କଇଁଛ ଅଛନ୍ତି। ଋଷିକୂଲ୍ୟା ନଦୀ ମୁହାଣରେ ବର୍ତ୍ତମାନ ସୁଦ୍ଧା ଗଣ ଅଣ୍ଡାଦାନ ହୋଇନାହିଁ। ଚିଲିକା ସହ ସମସ୍ତ ସମୁଦ୍ରିକ ଅଞ୍ଚଳରେ ୭୪୩ ଡ଼ଲଫିନ ଅଛନ୍ତି।

ସାରା ରାଜ୍ୟରେ ୨୦୯୮ ହାତୀ ଓ ୨୭ ବାଘ ଅଛନ୍ତି । ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦.୯୯ ଲକ୍ଷ ବେଦିଶାଗତ ପକ୍ଷୀ, ଭିତରକନିକାରେ ୧୨୧ ପ୍ରଜାତିର ୧.୫୧ ଲକ୍ଷ ବିଦେଶାଗତ ପକ୍ଷୀ ଓ ହୀରାକୁଦରେ ୧୧୩ ପ୍ରଜାତିର ୩.୪୨ ଲକ୍ଷ ବିଦେଶାଗତ ପକ୍ଷୀ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button