Breaking News: ସରକାରଙ୍କ ବଡ ନିଷ୍ପତ୍ତି, ଆସୁଛି ବଡ ନିଯୁକ୍ତି ସୁଯୋଗ… ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଚଳିତ ଆର୍ଥିକ ବର୍ଷ ହେବ ମେଗା ନିଯୁକ୍ତି ର ବର୍ଷ । ଚଳିତ ବର୍ଷ ଖାଲି ପଦବୀ ପୂରଣ ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ବିଭାଗରେ ହେବ ନିଯୁକ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ବି ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ । ପୋଲିସ ବିଭାଗରେ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ଦିଆଯିବ । ପ୍ରଶାସନିକ ସ୍ତର ରେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।
ସାଧାରଣ ବିଭାଗକୁ ନକ୍ସା ପ୍ରସ୍ତୁତ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆ ଯାଇଛି । ସେପଟେ ରାଜ୍ୟରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଅନ୍ୟ ପଟେ ଦେଖିଲେ ବିଭିନ୍ନ କ୍ଷେତ୍ରରେ ଓଡିଶା ନିଯୁକ୍ତି କ୍ଷେତ୍ର ପଲାତିବାକୁ ଯାଉଛି ଆଗାମୀ ଦିନରେ । ସେ ଅନୁଯାୟୀ ଯୁବତୀ ଯୁବତୀଙ୍କୁ ଦକ୍ଷତା ବିକାଶର ତାଲିମ ପ୍ରଦାନ କରା ଯାଉଛି ।
ଏ ନେଇ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବ ଦକ୍ଷତା ବିକାଶ ପାଇଁ ରାଜ୍ୟ ଦକ୍ଷତା ବିକାଶ ବିଭାଗ । ତା ସହ ସମୟ ସୀମା ମଧ୍ୟରେ ଆବଶ୍ୟକ ନିଯୁକ୍ତି ପ୍ରଦାନ କରିବେ ସେ ନେଇ ମଧ୍ୟ ନିଯୁକ୍ତି ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯିବ । ଏ ସବୁ ନକ୍ସ ରାଜ୍ୟ ସରକାର ବର୍ତ୍ତମାନ ଆଙ୍କୁ ଥିବା ବେଳେ ଚାଲିର ବର୍ଷ ବେକାର ଯୁବକ, ଯୁବତୀ ଆଉ ରହିବେ ନାହି ।
ଏ କଥା ଏଥିପାଇଁ କହିବାର କାରଣ ସେମାନଙ୍କ ପାଇଁ ମେଗା ନିଯୁକ୍ତିର ବର୍ଷ ହେବାକୁ ଯାଉଛି 2023-24 ର ଆର୍ତ୍ଝିକ ବର୍ଷ । ରାଜ୍ୟ ରେ ପ୍ରଶାସନକୁ ଅଧିକରୁ ଅଧିକ କ୍ରିୟାଶୀଳ ଲୋକ କେନ୍ଦ୍ରିକ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । 5G ଓ ମୋ ସରକାରରେ ଉପକ୍ରମକୁ ଉପୋଯୋଗ କରି ରାଜ୍ୟ ପ୍ରଶାସନ ପ୍ରତିଟି ସେବା, ଯୋଜନାକୁ ସଫଳତାର ସହ କାର୍ଯ୍ୟ କରିବାକୁ ପଦକ୍ଷେପ ନେଉଛନ୍ତି ।
ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କ ପାଇଁ ବଡ ନିଯୁକ୍ତି ର ସୁଯୋଗ ଆସୁଛି । କାରଣ ରାଜ୍ୟ ସରକରାଙ୍କ ବିଭିନ୍ନ ବିଭାଗରେ ଖାଲି ରହିଥିବା ପଦବୀ ଗୁଡିକ ଭରିବା ପାଇଁ ମାଷ୍ଟର ଯୋଜନା ପ୍ରସ୍ତୁତ କରା ଯାଇଛି । ଆସନ୍ତା କାଲି ମୁଖ୍ୟ ସ୍ତରୀୟ ବୈଠକ ବସିବ । ମୁଖ୍ୟ ସଚିବଙ୍କ ଆଧାରରେ ଯେଉଁ ବୈଠକ ବସିବ ସେଥିରେ ଏହାକୁ ନେଇ ସ୍ଵତନ୍ତ୍ର ଆଲୋଚନା କରାଯିବ ।
ଏପ୍ରିଲ 17 ତାରିଖ ରେ ସୂଚନା ମିଳିବ କି କେଉଁ ବିଭାରେ କେଉଁ ପୋଷ୍ଟ ଖାଲି ରହିଛି, କେତୋରି ପୋଷ୍ଟ ଖାଲି ରହିଛି । ଯେଉଁ ଉଦ୍ଦେଶ୍ୟ ରହିଛି ସରକାରଙ୍କର ତାହା ମେଗା ନିଯୁକ୍ତି ପ୍ରକ୍ରିୟା ରୁ ଆରମ୍ଭ ହେବ । ଏବେ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟରେ ଯେଉଁ ମାନେ ଅନେକ ଦିନ ଧରି ଚାକିରି ଅପେକ୍ଷାରେ ରହିଥିଲେ ତାହା ଏବେ ଦୂର ହେବ । ସମସ୍ତେ ଏଥିରେ ଉପକୃତ ହେବେ ବୋଲି କୁହା ଯାଇଛି ।