ରାମ ମନ୍ଦିର ଉଦଘାଟନକୁ ମୋଦୀଙ୍କ ଯୋଗଦାନକୁ ଜମିୟତର ବିରୋଧ – Utkal Mail
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ନିଷ୍ପତ୍ତିକୁ ନେଇ କେତେକ ମହଲରେ ବିରୋଧ ଆରମ୍ଭ ହୋଇଛି । ଦେଶରେ ମୁସଲମାନମାନଙ୍କର ସବୁଠାରୁ ବଡ଼ ଧାର୍ମିକ ସଂଗଠନ ଜମିୟତ ଉଲେମା-ଏ-ହିନ୍ଦର ମୁଖ୍ୟ ମୌଲାନା ମହମ୍ମଦ ଅସଦ ମଦନୀ ଏକ ବିବୃତି ଜାରି କରି ପ୍ରତିବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ କୌଣସି ମନ୍ଦିର ବା ଅନ୍ୟ ଧାର୍ମିକ ସ୍ଥଳର ଉଦଘାଟନକୁ ଯିବା ଉଚିତ ନୁହେଁ । ଏସବୁ କାମରୁ ପ୍ରଧାନମନ୍ତ୍ରୀ ଦୂରେଇ ରହିବା ଉଚିତ୍ ।
ସେ କହିଛନ୍ତି, “କୁହାଯାଉଛି ଯେ ଅଯୋଧ୍ୟାରେ ଏକ ମସଜିଦ ନିର୍ମାଣ କରାଯାଉଛି, ଯେଉଁଠାରେ ଆମ ପ୍ରଧାନମନ୍ତ୍ରୀ ଯାଇ ଏହାର ଉଦଘାଟନ କରିବେ। ଆମେ ଦୁଇଟି କଥା କହିବାକୁ ଚାହୁଁଛୁ- ପ୍ରଥମତଃ, ଆମେ ଅଯୋଧ୍ୟା ଉପରେ ଅଦାଲତଙ୍କ ନିଷ୍ପତ୍ତିକୁ ଠିକ୍ ବୋଲି ବିବେଚନା କରୁନାହୁଁ। ଆମେ ବିଶ୍ୱାସ କରୁଛୁ ଯେ ଭୁଲ ଆଧାରରେ ଏବଂ ଭୁଲ ପରିବେଶରେ ଏହି ନିଷ୍ପତ୍ତି ନିଆଯାଇଛି ।
ଦ୍ୱିତୀୟତଃ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ମନ୍ଦିର କିମ୍ବା ପୂଜାସ୍ଥଳୀର ମୂଳଦୁଆ ପାଇଁ ଯିବା ଉଚିତ ନୁହେଁ। ଏଥିରୁ ନିଜକୁ ଦୂରେଇ ରଖିବା ଉଚିତ। ଏହା ଲୋକଙ୍କ କଥା। ମୁଁ ଜମିୟତର ଲୋକଙ୍କୁ କହିବାକୁ ଚାହୁଁଛି ଯେ ଯଦି ସେମାନେ କୌଣସି ପ୍ରକାରେ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।