ଓଡିଶା

ମାଟି ଅତଡ଼ା ଖସି ରାସ୍ତା ଅବରୋଧ, ଯାତାୟତ ବାଧାପ୍ରାପ୍ତ

ଚିତ୍ରକୋଣ୍ଡା: ମାଟି ଅତଡ଼ା ଧସି ରାସ୍ତା ଅବରୋଧ। ଚିତ୍ରକୋଣ୍ଡା ବ୍ଲକ ସମେତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ପଡ଼ିବାରୁ ଚିତ୍ରକୋଣ୍ଡା ବ୍ଲକ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି।ଗତ ଦୁଇଦିନ ଧରି ଲଘୁଚାପଜନିତ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ଠାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଫଳରେ ଚିତ୍ରକୋଣ୍ଡା ବ୍ଲକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ରହିଛି। ତୁରନ୍ତ ମାଲକାନଗିରି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ରାସ୍ତାରୁ ଅବରୋଧ ହଟାଇବାକୁ ଚିତ୍ରକୋଣ୍ଡାବାସୀ ଦାବୀ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button