ଓଡିଶା

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମିନା

କଟକ: କଟକର ନୂଆ ଡିସିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଜଗମୋହନ ମିନା। ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗଣମାଧ୍ୟମରେ ପ୍ରିକ୍ରିୟା ଦେଇ ଡିସିପି ଜଗମୋହନ ମିନା କହିଛନ୍ତି ଯେ ହ୍ୱାଟ୍ସଆପରେ ଲୋକମାନେ ଅଭିଯୋଗ ଜଣାଇ ପାରିବେ। ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡିସିପି କହିଛନ୍ତି।

ପୁଲିସ ପ୍ରକ୍ରିୟା ସମୟକୁ କମ କରାଯିବ। ପୁଲିସକୁ ସଫ୍ଟ ସ୍କିଲ ଟ୍ରେନିଂ ଦିଆଯିବା ସହ ଅନଲାଇନ କୋର୍ସ ଉପରେ ଗୁରୁତ୍ୱ ଦିଆଯିବ। ଏହାସହିତ ସହରରେ ଶାନ୍ତିଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ରହିବ ବୋଲି ଜଗମୋହନ ମିନା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button