ରେଳ ଷ୍ଟେସନରେ ସ୍ବାମୀଙ୍କୁ ଉଠାଇ କଚାଡ଼ି ଦେଲେ ସ୍ତ୍ରୀ, ଛାତି ଉପରେ ବସି ନିସ୍ତୁକ ଛେଚିଲେ – Utkal Mail
ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଟ୍ରେନ ଚଢ଼ିବା ଓ ଓହ୍ଲାଇବା ବେଳେ ଯାତ୍ରୀଙ୍କ ମଧ୍ୟରେ ଠେଲାପେଲା ହେଉଥିବାର ଘଟଣା ଦେଖିବାକୁ ମିଳିଛି। କିନ୍ତୁ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖିଲେ ଆପଣମାନେ ଭାବିବେ ଏମିତି ବି ସ୍ତ୍ରୀ ବା ମହିଳା ଅଛନ୍ତି।
ଏହି ଭିଡିଓରେ ଏକ ଦମ୍ପତିଙ୍କୁ ଦେଖିବାକୁ ମିଳୁଛି। ଷ୍ଟେସନରେ ଟ୍ରେନ ଛିଡ଼ା ହୋଇଥିବା ବେଳେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଲାଗୁଛି।। ଏହାପରେ ସ୍ତ୍ରୀ ରାଗି ଯାଇ ରେଳ ଷ୍ଟେସନରେ ସ୍ବାମୀଙ୍କୁ ଉଠାଇ କଚାଡ଼ି ଦେଉଛନ୍ତି। କେବଳ ଏତିକି ନୁହେଁ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀଙ୍କ ଛାତି ଉପରେ ବସି ନିସ୍ତୁକମାଡ଼ ମାରୁଛନ୍ତି। ଏପରି କରିବା ପାଇଁ ତାଙ୍କୁ କିଛିଲୋକ ଅଟକାଉଥିବା ବେଳେ ସେ କାହାରି କିଛି କଥା ଶୁଣୁନାହାନ୍ତି।
We want aazadi from Ghar ke kalesh this Independence day, till then enjoy this kalesh b/w a Husband and Wife on Railway station pic.twitter.com/1i4Bw9fAOk
— Ghar Ke Kalesh (@gharkekalesh) August 13, 2023
ଏହି ଭିଡିଓକୁ ସୋସିଆଲ ମିଡିଆରେ ଦେଖିବା ପରେ ଲୋକେ ଠୋଠୋ ହୋଇ ହସିବା ସହିତ ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।