ଓଡିଶା

କାର୍ତ୍ତିକ ପୂର୍ଣ୍ଣିମାରେ କେବଳ ଏହି ଚାରୋଟି କାମ କରନ୍ତୁ, ଆପଣଙ୍କ ଘରେ ରହିବ ନାହିଁ ଅଭାବ

ଭୁବନେଶ୍ବର: ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଏକା ସହିତ ଅନେକ ଶୁଭଯୋଗ ପଡୁଛି । କାର୍ତ୍ତିକ ପୂର୍ଣ୍ଣମାରେ ବେଶୀ ଯୋଗ, ଗୌରୀ ଯୋଗ, ଗଜକେଶରୀ ରାଜଯୋଗ ପଡୁଛି । ପୁରାଣ ଶାସ୍ତ୍ରରେ କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଇଛି । ରାମାୟଣରେ ମଧ୍ୟ ମହା କାର୍ତ୍ତିକ ମାସ ବିଷୟରେ ଉଲ୍ଲେଖ ରହିଛି। ରାମାୟଣର ତୃତୀୟ ପର୍ବରେ ଭରତ କହିଥିଲେ ଯେ ଯଦି ରାମଙ୍କର ବନବାସ ଯିବାରେ ମୋର ସାମାନ୍ୟତମ ବି ହାତ ଥାଏ, ତେବେ ମୋତେ ମହା କାର୍ତ୍ତିକ ମାସ ସ୍ନାନର ପୂଣ୍ୟ ଫଳ ମିଳିବ ନାହିଁ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ପୁଷ୍କର ତୀର୍ଥରେ ସ୍ନାନ କଲେ ମଣିଷକୁ ବହୁ ପୂଣ୍ୟ ମିଳେ ବୋଲି ଭବିଷ୍ୟ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି । ଯଦି ଆପଣ କାର୍ତ୍ତିକ ମାସରେ ମହାସ୍ନାନ କରିପାରୁ ନାହାନ୍ତି ତେବେ ଏଥର ଚାରି ଯୋଗ ମିଳିତ ଭାବେ ପଡୁଥିବାରୁ ଆପଣ ଦାନଧର୍ମ କରି ମଧ୍ୟ ସମାନ ପୂଣ୍ୟ ଫଳ ଲାଭ କରିପାରିବେ । ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଯଦି ଆପଣ ଚାହାନ୍ତି ମା’ ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତୁ ତେବେ ଆପଣଙ୍କୁ ଏହି ଚାରୋଟି ପଦାର୍ଥ ଦାନ କରିବାକୁ ପଡିବ ।

କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବର୍ଣ୍ଣଦାନକୁ ସର୍ବୋତ୍ତମ ଦାନ ବୋଲି କୁହାଯାଏ । ଶାସ୍ତ୍ରାନୁଯାୟି ଏହି ଦିନ ସ୍ବର୍ଣ୍ଣ ଦାନ କଲେ ବ୍ୟକ୍ତିଙ୍କ ଜୀବନରେ କେବେ ଅଭାବ ଅନଟନ ରହିବ ନାହିଁ । ବ୍ୟକ୍ତିକୁ ସାତଜନ୍ମ ସୁଫଳ ମିଳିବ । ଏଣୁ ମହା କାର୍ତ୍ତିକ ପୂର୍ଣ୍ଣିମାରେ ଆପଣ ଆପଣଙ୍କ କ୍ଷମତା ଅନୁସାରେ ବ୍ରାହ୍ଣଣ, ଭଣଜା, ଭାଣିଜୀ କିମ୍ବା ଆପଣଙ୍କ ଭଉଣୀଙ୍କୁ ସ୍ବର୍ଣ୍ଣ ଦାନ କରନ୍ତୁ ।

କାର୍ତ୍ତିକ ପୂର୍ଣ୍ଣିମାରେ ଅନ୍ନ ଦାନ କିମ୍ବା ବସ୍ତ୍ର ଦାନ କଲେ ମଧ୍ୟ ଶୁଭଫଳ ମିଳିଥାଏ । ତେଣୁ ଏହି ଦିନ ଦୁଃଖିରଙ୍କୀଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରିପାରିବେ। କାର୍ତ୍ତିକ ମାସ ଶୀତଦିନ ହୋଇଥିବାରୁ କମ୍ବଳ, ଜୋତା, ଚପଲ ଆଦି ମଧ୍ୟ ଦାନ କରିପାରିବେ । ଏଥିସହିତ ଏହି ଦିନରେ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ବାରା ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଧାର୍ମିକ ପୁସ୍ତକ ମଧ୍ୟ ଦାନ କରିବା ଦରକାର । ତେଣୁ ମନ୍ଦିର ଯାଇ ପୁସ୍ତକର ମୂଲ୍ୟ ବୁଝୁଥିବା ଉଚିତ ବ୍ୟକ୍ତିଙ୍କୁ ନିଜ ସାମର୍ଥ୍ୟାନୁସାରେ ଧାର୍ମିକ ପୁସ୍ତକ ଦାନ କରନ୍ତୁ ।

ଏସବୁ ବ୍ୟତୀତ ଆପଣ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଯଅ ଭଳି ଶସ୍ୟ ଦାନ କରିପାରିବେ। ଯଅ ଦାନ କଲେ ମଧ୍ୟ ଶୁଭ ଫଳ ମିଳିଥାଏ । ଆପଣ ଚାହିଁଲେ ଭଗବାନ ବିଷ୍ଣୁଙ୍କ ପ୍ରିୟ କଳା ରାଶି ଦାନ କରି ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ । ଘିଅ ଦାନ କଲେ ମଧ୍ୟ ସମସ୍ତ ପାପ ନଷ୍ଟ ହୋଇ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button