ଓଡିଶା

ଓଡ଼ିଶା କୃଷି ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବାର ଲକ୍ଷ ଏକ ଟଙ୍କା ସହାୟତା

ଭୁବନେଶ୍ୱର : ଓଡ଼ିଶା କୃଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବାର ଲକ୍ଷ ଏକ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଜୁନ ୨ ତାରିଖରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କ ସାହାଯ୍ୟାର୍ଥେ ଏବଂ ଏହି ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ରେମୁଣା ବ୍ଲକ୍ର ବ୍ଲକ୍ କୃଷି ଅଧିକାରୀ ତଥା ସଂଘର ସଦସ୍ୟ ବ୍ରଜ କିଶୋର ବେହେରାଙ୍କ ଦିବଂଗତ ଆତ୍ମାର ସମ୍ମାନାର୍ଥେ ସଂଘ ଏହି ଅର୍ଥ ପ୍ରଦାନ କରିଛି । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍. ବାଲାକ୍ରିଷ୍ଣନ୍ ଙ୍କ ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ନନ୍ଦଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ୍ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button