କ୍ରାଇମ

୨ପତ୍ନୀ, ୬ପ୍ରେମିକା ଓ ୯ପିଲାଙ୍କ ପାଇଁ ଅପରାଧୀ ହେଲେ ଯୁବକ – Utkal Mail


ଲକ୍ଷ୍ନୌ: ୨ପତ୍ନୀ, ୬ପ୍ରେମିକା ଓ ୯ପିଲାଙ୍କ ପାଇଁ ଅପରାଧୀ ହେଲେ ଯୁବକ । ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ। ହେଲେ ଏହା ସତ। ଲକ୍ଷ୍ନୌରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତର ନାମ ଅଜିତ ମୌର୍ଯ୍ୟ ବୋଲି ଜଣାପଡ଼ିଛି। ବୁଧବାର ପୁଲିସ ତାକୁ ଗିରଫ କରିବା ପରେ ତା’ର ପୂରା ଇତିହାସ ସାମ୍ନାକୁ ଆସିଛି। ଅଜିତ ଟଙ୍କା ଦୁଇଗଣ କରି ଦେବାର ଲୋଭ ଦେଇ ଲୋକଙ୍କୁ ଠକି ଥିବା ସାମ୍ନାକୁ ଆସିଛି।

ପୁଲିସର କହିବା ମୁତାବକ, ଅଜିତ ମୁମ୍ବାଇରେ ନକଲି ‘ପ୍ଲାଷ୍ଟର ଅଫ୍ ପ୍ୟାରିସ’ର ଛାତ ତିଆରି କରୁଥିଲା। ୨୦୦୦ମସିହାରେ ତ‌ାଙ୍କର ବିବାହ ସଙ୍ଗୀତାଙ୍କ ସହ ହୋଇଥିଲା। ବିବାହ ପରେ ପରେ ସେ ୭ଟି ସନ୍ତାନର ବାପା ହୋଇଥିଲା। ୨୦୧୦ରେ ତା’ର ଚାକିରି ଚାଲିଯିବାରୁ ସେ ଗାଁକୁ ଫେରିଥିଲା। ହେଲେ ସେଠାରେ ବି କିଛି କାମ ମିଳିନଥିଲା। ଏହା ପରେ ସେ ଲୋକଙ୍କୁ ଠକିବା ଓ ଚୋରି କରିବା କାମ ଆରମ୍ଭ କରିଥିଲା। ଏ ମଧ୍ୟରେ ୨୦୧୮ରେ ତା’ର ଦେଖା ସୁଶୀଲାଙ୍କ ସହ ହେବା ସହ ୨୦୧୯ରେ ତାଙ୍କୁ ବିବାହ କରିଥିଲା ଅଜିତ୍। ବିବାହ ପରେ ସୁଶୀଲା ଓ ଅଜିତ୍ ୨ଟି ସନ୍ତାନର ମାତାପିତା ହୋଇଥିଲେ। ଏତେ ବଡ଼ ପରିବାର ଚଳାଇବା ପାଇଁ ଅଭିଯୁକ୍ତ ଅଜିତ୍ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଆଣିବା ଆରମ୍ଭ କରିଥିଲା। ଏହା ସହ ରିଲ୍ସ ଜରିଆରେ ମଧ୍ୟ ସୋସିଆଲ ମିଡିଆ ଇନଫ୍ଲୁଏନସର ପାଲଟିଥିଲା ଅଜିତ୍।

ପୁଲିସ ଆହୁରି କହିଛି ଯେ, ଠକାମିର ଶିକାର ହୋଇଥିବା ଧର୍ମେନ୍ଦ୍ର କୁମାର, ଅଜିତ ବିରୋଧରେ ଏତଲା ଦେବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ଦୁଇଗୁଣ କରିବାର ଲୋଭ ଦେଇ ଅଜିତ୍, ଧର୍ମେନ୍ଦ୍ରଙ୍କଠାରୁ ୩ଲକ୍ଷ ଟଙ୍କା ଆଣିଥିଲା। ହେଲେ ପରେ ଧର୍ମେନ୍ଦ୍ରଙ୍କୁ ତାଙ୍କ ଟଙ୍କା ମିଳିନଥିଲା। ଏନେଇ ଅଭିଯୋଗ କରାଯିବା ପରେ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଧର୍ମେନ୍ଦ୍ରଙ୍କ ପରି ଏକାଧିକ ଲୋକଙ୍କୁ ଅଜିତ୍ ଠକିଥିବା ସାମ୍ନାକୁ ଆସିଛି। ଏହା ସହ ତାଙ୍କ ଫୋନରୁ ତାଙ୍କର ୬ଜଣ ପ୍ରେମିକା ଥିବା ଜଣାପଡ଼ିଛି, ଯେଉଁମାନଙ୍କୁ ଅଜିତ୍ ବିଦେଶ ବୁଲାଇ ନେଉଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button