ଓଡିଶା

ଭାରସାମ୍ୟ ହରାଇ ଓଲଟିଲା ବସ୍, ଜଣେ ମୃତ, ୬ ଗୁରୁତର,୧୮ ରୁ ଉର୍ଦ୍ଧ୍ୱ ଆହତ

ଭଦ୍ରକ : ଗତକାଲି ଅପରାହ୍ନରେ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ କ୍ରିଷ୍ଣା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ଓ ଗୁରୁତର ଥିବାର ସୂଚନା ମିଳିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଅପରାହ୍ନରେ କ୍ରିଷ୍ଣା ନାମକ ଘରୋଇ ବସ୍ ଟି ଭଦ୍ରକ ବନ୍ତଛକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ସମୟରେ ସାବରଙ୍ଗ ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବସ୍ ରେ ଥିବା ସମୁଦାୟ ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଥିମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏହି ଘଟଣାରେ ସାବରଙ୍ଗ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି। ଏହି ଘଟଣାରେ ଜିଲାପାଳ ସିଦ୍ଧେଶ୍ୱେର ବଳିରାମ ବୋନ୍ଦର ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତମାନଙ୍କ ଚିକିତ୍ସାର ସୁବନ୍ଦୋବସ୍ତ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button