ଜୀବନଶୈଳୀ

ଏମିତି ଏକ ଘରୋଇ ଉପାୟ ଯାହା ଆପଣଙ୍କର ବେକର କଳାପଣ କୁ କରିଦେବ ଦୂର- ଥରେ ନିଶ୍ଚୟ କରିକି ଦେଖନ୍ତୁ

ଆପଣଙ୍କ ଶରୀରରେ କେତେକ ଅଙ୍ଗ ଏମିତି ଥାଏ ଯାହା ଉପରକୁ ସବୁବେଳେ ଆପଣଙ୍କର ଧ୍ୟାନ ଯାଇନଥାଏ ଏବଂ ଆପଣ ପ୍ରତିଦିନ ତାର ଦେଖାଶୁଣା ବି କରିପାରନ୍ତି ନାହିଁ । ବେକ ବି ସେହି ଅଙ୍ଗଗୁଡିକ ଭିତରୁ ଏକ । ଆମେ ସବୁବେଳେ ଚେହେରାର ତ ଯତ୍ନ ନେଇଥାଉ କିନ୍ତୁ ସେଠାରେ ଆମେ ବେକକୁ ଅଣଦେଖା କରିଥାଉ । ଯେଉଁ କାରଣରୁ ବେକ କଳା ପଡିଯାଇଥାଏ । ବେକ ବି ଆମ ଚେହେରାର ସୁନ୍ଦରତା ବଢାଇ ଥାଏ ।

ଯଦି ବେକର ଧ୍ୟାନ ଠିକ ସେ ରଖିବେ ନାହିଁ ତାହେଲେ ଆପଣଙ୍କ ଚେହେରାର ଉଜ୍ଵଳତା ବି ଫିକା ପଡି ଯାଇଥାଏ ଏବଂ ଆପଣଙ୍କ ସୁନ୍ଦରତାକୁ ଖରାପ କରିଦେଇଥାଏ ।

ବୟସ ବଢିବା ସହିତ ଚେହେରାରେ ରୁକ୍ଷତା ଆସିବାକୁ ଲାଗିଥାଏ ଏବଂ ଓଜନ ବି ବଢିବାକୁ ଲାଗିଥାଏ ଯାହା ଆମ ବେକ ଉପରେ ବି ତାର ପ୍ରଭାବ ଦେଖିବାକୁ ମିଳିଥାଏ ,ଏହା ସହିତ ତାହାର ପ୍ରଭାବ ବେକର ରଙ୍ଗ ଏବଂ ଆକାର ଉପରେ ବି ପଡିଥାଏ । ଏହାଛଡା ଯେତବେଳେ ଆମେ ଆମର ଚେହେରାକୁ ଚମକାଇବା ଚକରରେ ଆମେ ବେକର ଯତ୍ନ ନେବା ପାଇଁ ଭୁଲି ଯାଇଥାଉ ,ସେଥିପାଇଁ ସମୟ ସହିତ ସେ କଳା ପଡିଯାଇଥାଏ । ବେକ କଳା ପଡିଥିବା କାରଣରୁ ବାଳକୁ ଖୋଲା କରିବାକୁ ପଡିଥାଏ ।

ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କର ବେକର ଦେଖାଶୁଣା କରିବା ପାଇଁ ଆପଣଙ୍କୁ କିଛି ଟିପ୍ସ ମିଳିପାରିବ ।

ବେକର କଳାପଣ କେମିତି ଦୂର କରାଯାଇ ପାରିବ

୧ -ବେସନ କରିବ କମାଲ

ଲେପ ବନାଇବା ପାଇଁ ଦଶ ଚାମକ ବେଶନକୁ ଏକ ପାତ୍ରରେ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଦହି କୁ ଭଲଭାବେ ମିଶାଇଦିଅନ୍ତୁ ,ଏହି ଲେପକୁ ଆପଣଙ୍କ ବେକରେ ୨୦-୨୫ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ । ତାପରେ ଏହା ସୁଖିବା ପରେ ତାକୁ ଉଷୁମ ପାଣିରେ ସଫା କରି ଦିଅନ୍ତୁ । ଏମିତି ଆପଣ ଲଗାତାର କରିବା ଫଳରେ ବେକର କଳାପଣ ଦୂର ହୋଇଯିବ ।

୨ -ମହୁ କରିବ ବେକକୁ ଚମକଦାର

ଏକ ଚାମଚ ମହୁରେ ଦୁଇ ଚାମଚ ଲେମ୍ବୁ ରସ ମିଶାଇ ୩୦ରୁ୪୦ ମିନିଟ ପର୍ଯ୍ୟନ୍ତ ପ୍ରତିଦିନ ବ୍ୟବହାର କରିବା ଫଳରେ ବେକର କଳାପଣ ଦୂର କରାଯାଇପାରିବ ।

୩ -କାକୁଡି ଏବଂ ଗୋଲାପ ଜଳ

କାକୁଡି ରସ ଏବଂ ଗୋଲାପ ଜଳ ବି ବେକରେ ଲଗାଇଲେ କଳାପଣ ଦୂରେଇ ଯାଇଥାଏ ।

୪ -ଏଲୋବେରା ଆଣିବ ଭଲ ସ୍ଵଛତା

ଏଲୋବେରା ବି ବେକର କଳାପଣ କୁ ଦୂର କରାଇବା ପାଇଁ ସାହାଯ୍ୟ କରିଥାଏ । ଏଲୋବେରା ରସକୁ ପ୍ରତିଦିନ ବ୍ୟବହାର କାଲେ ବେକର କାଳାପଣ ଦୂର କରିଦେଇଥାଏ ।

୫ -ଖରାରୁ ରୁହନ୍ତୁ ସାବଧାନ

ଏହା ଛଡା ଆପଣ ଖରାରେ ବାହାରକୁ ବାହାରୁ ଥିବା ସମୟରେ ବେକରେ ସନକ୍ରିମ ଲଗାନ୍ତୁ ନହେଲେ ଓଢଣି ଘୋଡାଇ ବାହାରକୁ ବାହାରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button