ଆଉ ଥରେ କରା ଗଲା ପିଏମ ମୋଦୀଙ୍କ ପ୍ରଶଂସା, ଆମେରିକା ମଧ୍ୟ କହିଲା ତାଙ୍କୁ ନଂ ୧ ନେତା

କରୋନା ଭାଇରସ ଦ୍ଵାରା ହଉଥିବା ସଂକ୍ରମଣ ପାଇଁ ସରକାର ଦ୍ଵାରା କରା ଯାଉଥିବା କାମ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଥରେ ପ୍ରଶଂସା କରା ଯାଇଛି ଦୁନିଆ ର ସର୍ବ ଶ୍ରେଷ୍ଠ ଧନୀ ଲୋକଙ୍କ ମଧ୍ୟରୁ ବିଲ ଗେଟ୍ସ ଅଟନ୍ତି ଏହା ଆପଣମାନେ ସମସ୍ତେ ଜାଣିଛନ୍ତି ତେବେ ବିଲ ଗେଟ୍ସ ଆମ ମୋଦୀଙ୍କ ପ୍ରଶଂସା କରିଛନ୍ତି, ଏମିତିକା ପରିସ୍ଥିତି ରେ ମଧ୍ୟ ଲୋକଙ୍କୁ ବୁଝାଇ ତାଙ୍କୁ ଏମିତି ବନ୍ଦ ରଖିବା ବହୁତ ବଡ କଥା ଅଟେ । ତେବେ ଲକଡାଉନ ଦ୍ଵାରା ଏତେ ବଡ ବିଶାଳ ଜନସଂଖ୍ୟା ଦେଶକୁ କରୋନା ଭଳି ଭୟଙ୍କର ମହାମାରୀ ଠାରୁ ବଞ୍ଚେଇବା ପାଇଁ ଆମେରିକା ଜନତା ମଧ୍ୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁନିଆ ର ନଂ ୧ ନେତା କହୁଛନ୍ତି ।
ବିଲ ଗେଟ୍ସ ଲେଖିଲେ ମୋଦୀଙ୍କୁ ବଧାଇପତ୍ର :
ମାଇକ୍ରୋସଫ୍ଟ କମ୍ପାନୀ ସଂସ୍ଥାପକ ଏବଂ ବିଲ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଚେୟରମେନ ବିଲ ଗେଟ୍ସ ପିଏମ ମୋଦୀଙ୍କୁ ପତ୍ର ଲେଖିଛନ୍ତି ଯାହା ଦ୍ଵାରା ସେ କରୋନା ଭାଇରସ ଭଳି ଭୟଙ୍କର ମହାମାରୀ ବିରୁଦ୍ଧ ରେ ଚାଲିଥିବା କାମ ପାଇଁ ମୋଦୀଙ୍କ ପ୍ରଶଂସା କରିଛନ୍ତି, ଏହା ବିଷୟରେ ବିଲ ଗେଟ୍ସ ତାଙ୍କ ପତ୍ର ରେ ଲେଖିଛନ୍ତି, ‘ମୁଁ କରୋନା ଭାଇରସ ଭଳି ମହାମାରୀ ସଂକ୍ରମଣ କୁ ଅଟକେଇବା ପାଇଁ ଆପଣଙ୍କ ନେତୃତ୍ଵ ଆପଣଙ୍କୁ ଏବଂ ଆପଣଙ୍କ ସରକାରକୁ ଏମିତିକା କାମ କରିବା ପାଇଁ ପ୍ରଶଂସା ପାତ୍ର ମନେ କରୁଛି । ଭାରତରେ ଲୋକଙ୍କୁ ଚିହ୍ନଟ କରିବା ଏବଂ ତାଙ୍କୁ ଆଇସୋଲେସନ ରେ ରଖିବା ଉପାୟ ଦ୍ଵାରା ମୁଁ ବହୁତ ପ୍ରଭାବିତ ହୋଇଛି, ଏହା ଛଡା ଏହି ମହାମାରୀ ଠାରୁ ଲଢିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ଉପାୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆ ଯାଉଛି ଯାହା ପ୍ରଶଂସା ପାତ୍ର ଅଟେ ।
ଆମେରିକା ଜନତା ମାନିଲେ ମୋଦୀଙ୍କୁ ନଂ ୧ ନେତା :
ଆମେରିକା ରେ ହୋଇଥିବା ଏକ ସର୍ଭେ ଅନୁଯାଇ ଆମେରିକା ଏଜେନ୍ସି ପାଇଁ ସର୍ଭେ ରେ ପିଏମ ମୋଦୀ ସବୁଠାରୁ ଆଗରେ ଅଛନ୍ତି, ଆମେରିକା ରେ ବାସ କରୁଥିବା ଅନ୍ୟ ଦେଶ ନାଗରିକଙ୍କ କହିବା ଅନୁଯାଇ ମୋଦୀ ସବୁ ନେତାଙ୍କ ଠାରୁ ଭଲ ନେତା ଅଟନ୍ତି, ଏହି ସର୍ଭେ ଅନୁଯାଇ ଲୋକଙ୍କୁ ପଚରା ଗଲା ଯେ କରୋନାକୁ ଅଟକେଇବା ପାଇଁ ଦୁନିଆର କେଉଁ ନେତା ସବୁଠାରୁ ଆଗରେ ଅଛନ୍ତି ? ସର୍ଭେ ଅନୁଯାଇ ପିଏମ ମୋଦୀଙ୍କୁ ସବୁଠାରୁ ଅଧିକ ଲୋକ ପସନ୍ଦ କରିଥିଲେ । ଉଲ୍ଲେଖ ଅନୁଯାଇ ଦୁନିଆରେ ପ୍ରଥମ ଲକଡାଉନ ଘୋଷଣା ଭାରତରେ କରା ଯାଇଥିଲା, ବର୍ତମାନ ରେ ଭାରତ ରେ ୨୧,୪୫୬ କରୋନା ପୋଜେଟିବ ଲୋକ ଅଛନ୍ତି ତେବେ ଏଥିରୁ ୬୮୧ ଲୋକଙ୍କ ମୃତ୍ୟୁ ହୋଇଯାଇଛି ।