ଜୀବନଶୈଳୀ

୫ ମିନିଟରେ ମଶା-ମାଛି-ମୂଷା ଘରୁ ଗାୟବ ହୋଇଯିବେ, ଆଉ କେବେ ଦେଖା ଯିବିନେ

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ନିଜ ଘରକୁ ସବୁବେଳେ ସଫା ରଖିବାକୁ ଚାହିଁଥାନ୍ତି, ଆଉ ସବୁବେଳେ ଯେପରି ଘରର ପରିବେଶ ସଫା ରହିବା ସହିତ ଆମର ସ୍ୱାସ୍ଥ୍ୟ ବି ଭଲ ରହିବ ସେଥିପ୍ରତି ଅଧିକ ଯତ୍ନବାନ ଥାଉ | ଆଉ ସେଥିପାଇଁ ବିଭିନ୍ନ ଉପାୟ ମଧ୍ୟ ଆମେ ଆପଣେଇ ଥାଉ ଓ ବଜାରରୁ ଏହି ସବୁବେଳେ ମଶା , ମାଛି, ପିମ୍ପୁଡି, ଅସରପା ଓ ମୂଷା ଭଳି ଜୀବ ଙ୍କ ଠୁ ଦୂରରେ ରହିବା ପାଇଁ ଚାହିଁଥାଉ | କିନ୍ତୁ ଆମର କେତୋଟି ଅସାବଧାନତା କାରଣରୁ ମଧ୍ୟ ଆମକୁ ଏହି ଜୀବ ମାନେ ହଇରାଣ କରନ୍ତି ଓ ଅମର ସ୍ୱାସ୍ଥ୍ୟ କୁ ମଧ୍ୟ ଖରାପ କରନ୍ତି |, ତାହେଲେ ଆଜି ଆସନ୍ତୁ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ କେଉଁ ସବୁ ଘରେଇ ଉପକରଣ ରେ ପ୍ରସ୍ତୁତ ଜିନିଷ କୁ ବ୍ୟବହାର କରିବା |

ଆମେ ଜାଣିଛୁ ସାଧାରଣତଃ ଯଦି ଘରେ ଅଧିକ ଅଳିଆ ଆବର୍ଜନା ଜମା ହୁଏ ତାହେଲେ ମଶା ଆଉ ମାଛି ଜନ୍ମ ନିଅନ୍ତି |ଠିକ ସେହିଭଳି ଯଦି ବାସନ କୁ ସଫା କରିବା ପରେ ତାକୁ ସେମତି ଅଦା ରଖିଦେବା ଆଉ ପନିପରିବା କୁ ଖୋଳାରେ ରଖିବା , ତାହା ବ୍ୟତୀତ ଘରର ଆବଶ୍ୟକ ହେଉ ନଥିବା ଜିନିଷ କୁ ଯଦି ଗୋଦା କରିକି ରଖିବା ତାହେଲେ ଅସରପା ଆଉ ପିମ୍ପୁଡି ଓ ମୂଷା ଆସିବେ | ତାହେଲେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ସେତଟି ଘରେଇ ଉପଚାର ପ୍ରସ୍ତୁତ କରିବା |

ଆବଶ୍ୟକୀୟ ଉପକରଣ :-

କର୍ପୁର, ତେଜ ପତ୍ର, ସୋରିଷ ତେଲ, ଭିନେଗାର, ଡେଟଲ,ଲୁଣ

ପ୍ରସ୍ତୁତି ପ୍ରଣାଳୀ :-1

ପ୍ରଥମେ ଆମେ ସୋରିଷ ତେଲକୁ ନେବା, ଆଉ ସେଥିରେ କର୍ପୁର କୁ ଗୁଣ୍ଡ କରିକି ପକାଇବା କିନ୍ତୁ ମନେ ରଖିବେ କି କର୍ପୁର ଯେମିତି ବହୁତ ଦିନରୁ ଆସିକି ନଥିବ, ତାପରେ ସେଥିରେ ମିଶାଇବା ତେଜ ପତ୍ର କୁ ଛୋଟ ଛୋଟ ଖଣ୍ଡ କରିକି ପକାଇବେ | ତେବେ ସେହି ଭଳି ପ୍ରସ୍ତୁତ କରି ସାରିଲା ପରେ ତାହାକୁ ଗୋଟିଏ ମାଟି ପାତ୍ରରେ ରଖିବା ଓ ସେଥିରେ ନିଆ ଲଗାଇ ଦେବା | ନିଆ ଲଗାଇ ଦେଲା ପରେ ସେଥିରୁ ଧୂଆଁ ବାହାରିବ ଆଉ ସେହି ଧୂଆଁ ବହୁତ ଭଲ ହୋଇଥାଏ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ, ତେବେ ଏହି ଧୂଆକୁ ଆମେ ମଶା ଆଉ ମାଛି ଜମୁ ଥିବା ସ୍ଥାନରେ ରଖି ପାରିବେ | ଯାହା ଦ୍ୱାରା ମଶା ଆଉ ମାଛି ଘରେ ଦେଖା ଯିବ ନାହିଁ |

ପ୍ରସ୍ତୁତି ପ୍ରଣାଳୀ -2

ଆମେ ଗୋଟିଏ ସ୍ପ୍ରେ ବୋତଲ ନେବା ଆଉ ସେଥିରେ ଗୋଟିଏ ଗ୍ଲାସ ପାଣି ନେବା, ଆଉ ସେଥିରେ ଗୋଟିଏ ଚାମଚ ଲୁଣ ମିଶାଇବା ଓ କର୍ପୁର କୁ ଗୁଣ୍ଡ କରିକି କିଛି ଦେବା, ଖାଇବା ପ୍ରସ୍ତୁତି ବେଳେ ବ୍ୟବହାର କରୁଥିବା ଭିନେଗାର ମଧ୍ୟ ଦେବା ଓ ଶେଷରେ ଡେଟଲ ଦେବା | ଆଉ ତାକୁ ଭଲ ଭାବରେ ମିଶାଇ ତୁଳା ରେ ସେହି ପାଣି କୁ ନେଇ ମୂଷା ପିମ୍ପୁଡି ଓ ଅସରପା ରହୁଥିବା ଜାଗାରେ ରଖିଦେବା |

ତେବେ ଏହି ଭଳି ଭାବରେ ଯଦି ଆମେ ଘରେ ଉପକରଣ ପ୍ରସ୍ତୁତି କରିବା ତାହେଲେ ମଶା, ମାଛି, ପିମ୍ପୁଡି, ଅସରପା ଓ ମାଛି ଆଉ ଘରେ ଦେଖା ଯିବେ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button