ଓଡିଶା

କଡା ସୁରକ୍ଷା ମଧ୍ୟରେ ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ – Utkal Mail



ବାରିପଦା: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ମୁର୍ମୁ  । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଏଠାରେ  ପହଞ୍ଚିଛନ୍ତି ରାଷ୍ଟ୍ରପତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତିଙ୍କୁ   ବାରିପଦା ପୋଲିସ୍ ପଡ଼ିଆ ହେଲିପ୍ୟାଡରୁ ନିଆଯାଇଥିଲା । ସେଠାରେ ରାଜ୍ୟପାଳ ରଘୁବର ଦାସ , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରମୁଖ ତାଙ୍କୁ ପାଛୋଟି ନେଇଥିଲେ।

ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆଜି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ପହଞ୍ଚିଛନ୍ତି ।  ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ସାନ୍ତାଳୀ ଲେଖକ ସଂଘ ଅଧିବେଶନ ସ୍ଥଳକୁ ନିଆଯାଇଛି। ଏହି ଗସ୍ତ ଅବସରରେ  କୁଲିଆଣାରେ ଏକଲ୍ୟବ ମଡେଲ୍ ସ୍କୁଲର ମଧ୍ୟ ଉଦଘାଟନ କରିବେ।

ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ପରେ କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବେ । ସେଠାରେ ମଧ୍ୟାହ୍ନ ଭୋଜନ  ପରେ ଅପରାହ୍ନ ୨ଟା୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ। ସେଠୁ ରାଇରଙ୍ଗପୁର ଯିବେ। ଆସନ୍ତାକାଲି ରାଇରଙ୍ଗପୁରରୁ ରାଷ୍ଟ୍ରପତି ୩ଟି ନୂଆ ଟ୍ରେନର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

 




Related Articles

Leave a Reply

Your email address will not be published. Required fields are marked *

Back to top button