ବିଚାର

ଏହି ତିନି ପ୍ରକାରର ମହିଳା ମାନେ ଭୁଲରେ ମଧ୍ୟ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ନାହିଁ। ନଚେତ ତୁରନ୍ତ ଦେବୀ ଲକ୍ଷ୍ମୀ ହୋଇଯିବେ ରୁଷ୍ଟ ଏବଂ ଘରକୁ ମାଡି ଆସିବ ଦାରିଦ୍ର୍ୟତା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ଦେବୀ ସ୍ୱରୂପ ପୂଜା ପାଇଥାଏ। ପୌରାଣିକ ମନ୍ୟତା ଅନୁସାରେ, ତୁଳସୀ ଗଛକୁ ସମସ୍ୟା ବନସ୍ପତି ମଧ୍ୟରେ ପବିତ୍ର ମାନା ଯାଇଛି। ଘରେ ତୁଳସୀ ଗଛ ରହିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଆର୍ଥିକ ଅଭାବ ଦୂର ହୋଇଥାଏ। ଏହାସହିତ ଘରୁ ରୋଗ ଓ ବେମାରୀ ଦୂର ହୋଇଥାଏ।ବେଥିପାଇଁ ପ୍ରାଚୀନ ଯୁଗରୁ ଋଷି ମାନେ ତୁଳସୀ ଗଛ ପୂଜାର୍ଚ୍ଚନା କରିବାର ବିଧି ବତାଇଛନ୍ତି।

ଯେଉଁ ବ୍ୟକ୍ତି ପ୍ରତ୍ୟେକଦିନ ତୁଳସୀ ପତ୍ର ଖାଇଥାଏ, ସେ ଅନେକ ବେମାରୀରୁ ମୁକ୍ତି ପାଇଥାଏ। ଶାସ୍ତ୍ର ଅନୁସାରେ ତୁଳସୀ ଗଛ ପୂଜାର୍ଚ୍ଚନା କରିବାର କିଛି ଖାସ ନିୟମ ରହିଛି, ଯାହାକୁ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ତୁଳସୀ ଗଛ ଲଗାଇବା ପାଇଁ କାର୍ତ୍ତିକ ମାସ ଅତ୍ୟନ୍ତ ଉପଯୋଗୀ ଅଟେ। ଆପଣ ନିଜ ଶୋଇବା ଘରର ବାଲକୋନୀରେ ତୁଳସୀ ଗଛ ଲଗାଇ ପାରିବେ। ତୁଳସୀ ପତ୍ର ସର୍ବଦା ସକାଳେ ତୋଳିବା ଉଚିତ, କିନ୍ତୁ କେବେବି ସନ୍ଧ୍ୟା ସମୟରେ କେବେବି ତୋଳିବା ଉଚିତ ନୁହେଁ।

ଠାକୁର ପୂଜା କରିବା ସମୟରେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ତୁଳସୀ ପତ୍ର କେବେବି ଅଶୁଦ୍ଧ ହୋଇ ନଥାଏ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟରେ ତୁଳସୀ ପତ୍ର ପକାଇବା ଦ୍ଵାରା ତାହା ଶୁଦ୍ଧ ରହିଥାଏ। ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖି ପୂଜାର୍ଚ୍ଚନା କଲେ ପରିବାର ଉପରେ ସର୍ବଦା ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି ରହିଥାଏ।

କେବେବି ତୁଳସୀ ଗଛକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ, ଏହାଦ୍ବାରା ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ତୁଳସୀ ଗଛ କେବେବି ମାଟିରେ ଲଗାଇବା ଉଚିତ ନୁହେଁ।ଏହାକୁ ଗୋଟେ କୁଣ୍ଡରେ ଲଗାଇବା ଉଚିତ। ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀଙ୍କର ମାସିକ ଧର୍ମ ଚାଲିଥାଏ, ଯେଉଁ ସ୍ତ୍ରୀ ଅନ୍ୟର ଖରାପ ଚିନ୍ତା କରିଥାନ୍ତି, ଯେଉଁ ସ୍ତ୍ରୀ ଦୁଷ୍ଟ ଓ କପଟ ପ୍ରକୃତିର ହୋଇଥାନ୍ତି, ଏଭଳି ସ୍ତ୍ରୀ କେବେବି ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button