ଦେଶ ବିଦେଶ

ମୋଦୀ ସରକାରଙ୍କ ଏକ ବଡ ନିଷ୍ପତ୍ତି – ପ୍ୟାନ୍ କାର୍ଡ ବିନା ଏବେ ଆଉ ହେବ ନାହିଁ ଏହି ପାଞ୍ଚଟି ବଡ କାମ.. ନିଶ୍ଚୟ ପଢନ୍ତୁ

ଯେବେଠୁ ଶ୍ରୀ ନରେନ୍ଦ୍ର ମୋଦୀ ଆମର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେ ଗୋଟେ ପରେ ଗୋଟେ ଯୋଜନା ଜନତାଙ୍କ ପାଇଁ କରି ଚାଲିଛନ୍ତି। ତେବେ ସେହି ସବୁ ଯୋଜନା ଗୁଡିକ ସାଧାରଣ ଜନତାଙ୍କ ହିତ ପାଇଁ ଭବିଷ୍ୟତ ପାଇଁ କରାଯାଉଛି। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ନିଷ୍ପତ୍ତି ଯାହା ମୋଦୀ ସରକାର ନେଇଛନ୍ତି ତା ବିଷୟରେ କହିବୁ। ମୋଦୀ ସରକାର  ପାନ୍ କାର୍ଡକୁ ନେଇ ଏକ ନୂଆ ନିୟମ ଲାଗୁ କରିଛନ୍ତି। ତେବେ ଚାଲନ୍ତୁ ଏହା ବିଷୟରେ ଭଲ ଭାବେ ଜାଣିବା ।

ସମସ୍ତ ଯୋଜନାର ଲାଭ ଉଠାଇବା ପାଇଁ ଆମକୁ ଜରୁରୀ କାଗଜପତ୍ର ସହ ଏକ ପ୍ୟାନ୍ କାର୍ଡର ବି ଆବଶ୍ୟକ ପଡେ । ପ୍ୟାନ୍ କାର୍ଡ ଏବେ ଛୋଟରୁ ନେଇକରି ବଡ ପର୍ଯ୍ୟନ୍ତ ଯେ କୌଣସି ଦେଣନେଣ ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ।  ତେବେ ଯେଉଁ ବ୍ୟକ୍ତି ପାଖରେ ପ୍ୟାନ୍ କାର୍ଡ ନାହିଁ  ସେମାନେ ପ୍ୟାନ୍ କାର୍ଡ ବନେଇ ନେବା ଉଚିତ୍ । ଯାହା ଦ୍ୱାରା ଭବିଷ୍ୟତରେ ଆପଣଙ୍କୁ ସମସ୍ତ ସରକାରୀ ଯୋଜନାର ଲାଭ ମିଳିପାରିବ ।

କେନ୍ଦ୍ରରେ ମୋଦୀ ସରକାର ଏବେ ପାନ୍ କାର୍ଡକୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି । ମାନେ ୧ ଫେବୃୟାରୀରୁ ଆପଣଙ୍କ ପାଖରେ ପ୍ୟାନ୍ କାର୍ଡ ରହିବା ଅନିବାର୍ଯ୍ୟ । ଯଦି ଆପଣଙ୍କ ପାଖରେ ପ୍ୟାନ୍ କାର୍ଡ ନାହିଁ ତେବେ ଜଲଦି ହିଁ ଆପ୍ଲାଇ କରିନିଅନ୍ତୁ । ଯାହା ଦ୍ୱାରା ଜରୁରୀ କାର୍ଯ୍ୟ ହୋଇପାରିବ । ଏମିତିରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ପରିଶେଷରେ କେଉଁ କେଉଁ କାମ ପାଇଁ ପ୍ୟାନ୍ କାର୍ଡ ଅନିବାର୍ଯ୍ୟ ଅଟେ । ଆସନ୍ତୁ ସେହି ବିଷୟରେ ଜାଣିବା।

ଶେୟାର୍ କିଣିବା ପାଇଁ ଦରକାର ପ୍ୟାନ୍ କାର୍ଡ : ଯଦି ଆପଣ ସେୟାର୍ ମାର୍କେଟ୍ ରେ ନିବେଶ କରିଛନ୍ତି । ଏଥିପାଇଁ ଆପଣଙ୍କୁ ପ୍ୟାନ୍ କାର୍ଡ ଦେବା ବିଧେୟ । ଏମିତିରେ ଯଦି ଆପଣ ବଡ ରାଶି ସେୟାର୍ ମାର୍କେଟ୍ ରେ ନିବେଶ କରିଛନ୍ତି ତେବେ ଆପଣଙ୍କୁ ପ୍ୟାନ୍ କାର୍ଡ ଦେଖେଇବାକୁ ପଡିପାରେ ।

ବ୍ୟାଙ୍କ୍ ରେ ଡିପୋଜିଟ୍ କରିବାକୁ ହେଲେ ଦେବାକୁ ପଡିବ ପ୍ୟାନ୍ କାର୍ଡ : ଯଦି ଆପଣ କେଉଁ ବ୍ୟାଙ୍କ୍ ଏକାଉଣ୍ଟରେ ୫୦ ହଜାରରୁ ଅଧିକା ରାଶି ଜମା କରୁଥାନ୍ତି କିମ୍ବା ନିଜ ଏକାଉଣ୍ଟରେ ଡିପୋଜିଟ୍ କରୁଛନ୍ତି ତେବେ ସେଥିରେ ବି ପ୍ୟାନ୍ କାର୍ଡ ମାଗିଥାନ୍ତି । ଏମିତିରେ ଆପଣ ପ୍ୟାନ୍ କାର୍ଡ ବନାଇ ନିଅନ୍ତୁ । ଯାହା ଆପଣଙ୍କ ଦେଣଲେଣ ପ୍ରକିୟା ପାଇଁ ସୁବିଧା ଦେବ ।

ଯାନବାହାନ କିଣିବା ବେଳେ : ଯଦି ଆପଣ ୧ ଫେବୃୟାରୀରୁ କାର୍ କିମ୍ବା ବାଈକ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ପ୍ୟାନ୍ କାର୍ଡ ରହିଥିବା ଜରୁରୀ । ହଁ ଆଜ୍ଞା,  ଯଦି ଆପଣଙ୍କ ପାଖରେ ପ୍ୟାନ୍ କାର୍ଡ ନାହିଁ ତେବେ ବାଇକ୍ କିମ୍ବା କାର୍ କିଣିପାରିବେ ନାହିଁ । କାରଣ କେନ୍ଦ୍ର ସରକାର କାର୍ ଓ ବାଇକ୍ କିଣିବା ଉପରେ ପ୍ୟାନ୍ କାର୍ଡ ଅନିବାର୍ଯ୍ୟ କରିଦେଇଛନ୍ତି ।

୨ .୫ ଲକ୍ଷରୁ ଅଧିକା ଲେଣଦେଣରେ ଦରକାର ହୋଇଥାଏ ପ୍ୟାନ୍ କାର୍ଡ : ଯଦି ଆପଣ କ୍ୟାସ୍ ଆକାରରେ ୨. ୫ ଲକ୍ଷରୁ ଅଧିକା ଲେଣଦେଣ କରୁଛନ୍ତି ତେବେ ଏଥିପାଈଁ ଆପଣଙ୍କୁ ପ୍ୟାନ୍ କାର୍ଡ ମଗା ହେବ । ଯଦି ଆପଣଙ୍କ ପାଖରେ ନାହିଁ ତେବେ ଆପଣ ଅସୁବିଧାରେ ପଡିଯାଇପାରନ୍ତି । ଏଥିପାଇଁ ଆଜି ହିଁ ପ୍ୟାନ୍ କାର୍ଡ ଆପ୍ଲାଇ କରିନିଅନ୍ତୁ ।

ବିଜନେସ୍ ପାଇଁ : ଯଦି ଆପଣ ଜଣେ ବ୍ୟବସାୟୀ ଅଟନ୍ତି । କିମ୍ବା କେଉଁ ନୂଆ ବିଜନେସ୍ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଖରେ ପାନ୍ କାର୍ଡ ରହିବା ବିଧେୟ । ଯଦି କମ୍ପାନୀର ଟର୍ଣ୍ଣ ଓଭର୍ ପାଞ୍ଚ ଲକ୍ଷରୁ ଅଧିକା ଅଛି ତେବେ ପ୍ୟାନ୍ କାର୍ଡ ଦେବାକୁ ହେବ । ଏହା ଛଡା ନୁଆ ବିଜନେସ୍ ଆରମ୍ଭ କରିବାକୁ ହେଲେ ବିଜନେସ୍ ସେ ଯେମିତି ହେଉ ପ୍ୟାନ୍ କାର୍ଡ ଦେଖେଇବାକୁ ପଡୀବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button