ପ୍ରଥମ ରଜ ଦର୍ଶନ (ଋତୁସ୍ରାବ) କେଉଁ ଦିନ ହେଲେ କଣ ଫଳ ମିଳେ? Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ପ୍ରତେକ ଜାତିରେ 3ଟି ଲିଙ୍ଗ ଦୃଶ୍ୟମାନ ହୁଏ । ଏଣୁ ମନୁଷ୍ୟ ମାନଙ୍କ ମଧ୍ୟରେ 3ଟି ଲିଙ୍ଗ ଦେଖାଯାଏ । ସାଧାରଣତଃ ପୁରୁଷଙ୍କ କ୍ଷେତ୍ରରେ ରାଗ, କ୍ରୋଧତା, କଠୋରତା ଦେଖାଯାଏ । ସେହିପରି ନାରିଙ୍କ ଠାରେ ମମତା, ସ୍ନେହ, କୋମଳତା ଓ ଲଜ୍ୟା ମଧ୍ୟ ଥାଏ । ଦୁନିଆରେ ବହୁ ଗୁପ୍ତ ଜ୍ଞାନ ଲଜ୍ୟା କାରଣରୁ ଲୋପ ହେବାରେ ଲାଗିଛି । ନାରୀ ହେଉଛି ଦୁନିଆରେ ଭିନ୍ନ ଓ ଅଦଭୁତ ।
ନାରୀ ଅନେକ କଷ୍ଟ ସହ୍ୟ କରି ଆମକୁ ସୁଖ ଦେଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ପ୍ରଥମ ରଜ ଦର୍ଶନ କେଉଁ ଦିନରେ ହୋଇଥିଲେ ଉତ୍ତମ ହୋଇଥାଏ । ମୁହୂର୍ତ୍ତ ଚିନ୍ତାମଣି ଗ୍ରନ୍ଥ ଅନୁଯାୟୀ ନାରୀ ମାନେ ମାଘ, ମାର୍ଗଶିର, ବୈଶାଖ, ଆଶ୍ଵିନ, ଫାଲ୍ଗୁନ, ଜ୍ୟଷ୍ଠ, ଶ୍ରାବଣ ମାସର ଶୁକ୍ଳ ପକ୍ଷ ରେ ଶୁଭ ଗ୍ରହ ମାନଙ୍କର ଅବସର ରେ ଅର୍ଥାତ ସୋମବାର, ଗୁରୁବାର ଓ ଶୁକ୍ରବାର ଦିନ ଏବଂ ସେହି ଦିନ ଶୁଭ ଗ୍ରହ ଲଗ୍ନ ରେ ଏବଂ ଦିନ ସମଯରେ ପ୍ରଥମ ଋତୁସ୍ରାବ ହେଲେ ଶୁଭପ୍ରଦ ହୋଇଥାଏ ।
ମୃଦୁ, କ୍ଷିପ୍ର, ଧୃବ ନକ୍ଷତ୍ର ଅର୍ଥାତ ଶ୍ରବଣା, ଧନିଷ୍ଠା, ସତାଭିଷା, ଚିତ୍ରା, ଅନୁରାଧା, ମୃଗଶିରା, ରେବତୀ, ଅଶ୍ଵିନୀ, ପୁଷ୍ୟା, ହସ୍ତା, ରୋହିଣୀ, ଉତ୍ତରା ଫାଲଗୁଣୀ, ଉତ୍ତରା ଷାଢା, ଉତ୍ତରା ଭାଦ୍ରପଦ ଏବଂ ଶ୍ଵେତ ବସ୍ତ୍ର ଅର୍ଥାତ ଧଳା ବସ୍ତ୍ର ରେ ପ୍ରଥମ ରଜ ଦର୍ଶନ ହେଲେ ଶୁଭପ୍ରଦ ଅଟେ । ମୂଳା, ପୁନବର୍ଷୁ, ମଘା, ବିଶାଖା, କୃତ୍ତିକା ନକ୍ଷତ୍ର ରେ ନାରୀ ମାନେ ପ୍ରଥମ ଋତୁସ୍ରାବା ହେଲେ ମଧ୍ୟମ ଫଳ ଲାଭ ହୋଇଥାଏ ।
ଏହା ବ୍ଯତୀତ ଭରଣୀ, ଜ୍ୟାଷ୍ଠା, ଆଦ୍ରା, ଆଶ୍ଳେଷା, ପୂର୍ବା ଫାଲ୍ଗୁନୀ, ପୂର୍ବା ଷାଢା, ପୂର୍ବା ଭାଦ୍ରପଦ ନକ୍ଷତ୍ର ରେ ନାରୀ ମାନେ ପ୍ରଥମ ରଜ ଦର୍ଶନ ହୋଇଥିଲେ ଅଶୁଭ ହୋଇଥାଏ । ସୋଇଥିବା ସମୟରେ ସଙ୍କ୍ରାନ୍ତି ରେ, ଚତୁର୍ଥୀ, ନବମୀ, ଚତୁର୍ଦ୍ଦଶୀ, ଅଷ୍ଟମୀ, ଦ୍ଵାଦଶୀ ତିଥି ରେ ସନ୍ଧ୍ଯା ସମୟରେ ଏବଙ ବୈଧୃତି, ବ୍ୟତିପାତ ଯୋଗରେ, ସୂର୍ଯ୍ୟ ପରାଗରେ ଏବଂ ଚନ୍ଦ୍ର ଗ୍ରହଣ କାଳରେ ବା ସମୟରେ ପ୍ରଥମ ଋତୁସ୍ରାବ ନାରୀ ମାନଙ୍କର ହେଲେ ଆଦୌ ଭଲ ନୁହେଁ ।
ତେବେ ଆପଣ ଜାଣି ପାରିଲେ କି କେଉଁ ମାସ, କେଉଁ ତିଥି, କେଉଁ ନକ୍ଷତ୍ର ଓ କେଉଁ ଅବସ୍ଥାରେ ନାରୀ ମାନେ ପ୍ରଥମ ଥର ପାଇଁ ଋତୁସ୍ରାବ ହେଲେ ଅଶୁଭ ବା ଶୁଭ ହୋଇଥାଏ । ତେବେ ଏହି ସବୁ ଦିନ ମାନଙ୍କ ପ୍ରତି ଧ୍ୟାନ ଦେଲେ ବହୁତ ଶୁଭ ଫଳ ମିଳିଥାଏ । ଋତୁସ୍ରାବ ମହିଳା ମାନଙ୍କର ଏକ ପ୍ରାକୃତିକ ଅଟେ ଯାହା ସମୟ କ୍ରମେ ହୋଇଥାଏ । ଏହି ସମୟରେ ମହିଳା ମାନଙ୍କୁ ଅନେକ ସତର୍କ ରହିବାର ଆବଶ୍ୟକ ହୋଇଥାଏ ।
ଋତୁସ୍ରାବ ହେଲେ ମହିଳା ମାନଙ୍କର ପେଟ ରେ ଯନ୍ତ୍ରଣା ହେବା ସହ ଶାରୀରିକ କଷ୍ଟ ମଧ୍ୟ ହୋଇଥାଏ । ତେଣୁ ଏହି ସମୟରେ ଅଧିକ କାମ କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।