ଆଜି ମାଘ ସପ୍ତମିରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ମିଶାନ୍ତୁ ଏହି 1 ଜିନିଷ, ଆଉ ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ 12 ମାସ ମଧ୍ୟରୁ ଯେଉଁ କେତୋଟି ପୂଣ୍ୟ ମାସ ଅଛି ସେଥି ମଧ୍ୟରୁ ମାଘ ମାସ ଅନ୍ଯତମ ଅଟେ । ମାଘ ମାସରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ପରେ ବିବାହ, ବ୍ରତ, ଗୃହ ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟ ହୋଇଥାଏ । ମାଘ ମାସର ସମସ୍ତ ଦିନ କହିବାକୁ ଗଲେ ପୁରା ପୁରା ଶୁଭ ଅଟେ । ପୂଣ୍ୟ ଅର୍ଜନ କରିବା ପାଇଁ ପୂଣ୍ୟ ମାର୍ଗ ଅଟେ ମାଘ ମାସ ।
କିନ୍ତୁ ସଂପୂର୍ଣ୍ଣ ମାଘ ମାସରେ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଅଧିକ ଭୂମିକା ଗ୍ରହଣ କରିଥାଏ । ଏହାକୁ ମାଘ ସପ୍ତମୀ ନାମରେ ଜଣାଯାଏ । ଏହି ଦିନ ସୂର୍ଯ୍ୟଙ୍କୁ ଜଳରେ କେଉଁ ଜିନିଷ ମିଶାଇ ଛଡାଇଲେ ପୂଣ୍ୟ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଚଳିତ ବର୍ଷ ଜାନୁଆରୀ 28 ତାରିଖରେ ପଡୁଛି ମାଘ ସପ୍ତମୀ । ଏହି ଦିନ ସକାଳୁ ଶଯ୍ୟା ତ୍ୟାଗ କରି ସ୍ନାନ କରନ୍ତୁ । ସ୍ନାନ କରିବା ସମୟରେ ସୂର୍ଯ୍ୟଙ୍କୁ ମନ୍ତ୍ର ଉଚ୍ଚାରଣ କରନ୍ତୁ ।
ମାଘ ସତମୀ ସ୍ନାନରେ ସୂର୍ଯ୍ୟ ଙ୍କୁ ଜପ ଅର୍ପଣ କରିଲେ କୋଟି ପୂଣ୍ୟ ମିଳିଥାଏ । ଏହି ଦିନ ସ୍ନାନ କରିବା ସମୟରେ ସୂର୍ଯ୍ୟଙ୍କୁ କହିବେ କି ଯାହା ବି ପାପ ହୋଇଛି ସେଥିପାଇଁ କ୍ଷମା କରନ୍ତୁ । ଏହା ପରେ ତମ୍ବା ପାତ୍ର ରେ ଜଳ ଭାରି କଳା ରାଶି, ନାଲି ଫୁଲ, ସିନ୍ଦୁର, ରକ୍ତ ଚନ୍ଦନ ମିଶାଇ ଭଗବାନ ସୂର୍ଯ୍ୟ ଙ୍କୁ ଅର୍ପିତ କରନ୍ତୁ । ସୂର୍ଯ୍ୟଦେବଙ୍କୁ ଜପ ଅର୍ପଣ କରିବା ସମୟରେ ସପ୍ତ ସପ୍ତି ବାହା ପ୍ରୀତ ସପ୍ତ ଲୋକ ପ୍ରଦୀପନ, ସପ୍ତମୀ ସହିତ୍ୟୋ ଦେବ ଗୃହାଣାର୍ଜ୍ୟ ଦିବାକର ମନ୍ତ୍ର ଜପ କରନ୍ତୁ ।
ଏହା ପରେ ଢାଳ ପାଣିକୁ ସୂର୍ଯ୍ୟଦେବଙ୍କୁ ଅର୍ପିତ କରନ୍ତୁ । ଏହି ସମୟରେ ଆପଣଙ୍କର ବୃଦ୍ଧ ଓ ତର୍ଜମୀ ଆଙ୍ଗୁଳି ଏହି ଦୁଇ ଆଙ୍ଗୁଳି କୁ ଢାଳ ଠାରୁ ଅଲଗା ରଖିବେ । ଏହି ମୁଦ୍ରା ରେ ଆପଣ ମୁକ୍ତ ହସ୍ତରେ ଭଗବାନଙ୍କୁ ଜଳ ଅର୍ପିତ କରିବେ । ତା ପରେ ସୂର୍ଯ୍ୟଦେବଙ୍କୁ ବନ୍ଦାପନା କରି ଶୁଦ୍ଧ ଆଇ ଘିଅରେ ଦୀପ ସହ କର୍ପୁର ମିଶାଇ କରନ୍ତୁ । ଭଗବାନଙ୍କୁ ଦୀପ ଦାନ କରିବା ପରେ ପ୍ରଣାମ କରିବେ ।
ଏହି ସମୟରେ ସପ୍ତ ସପ୍ତି ବହ ପ୍ରତି ଦୀପ ପ୍ରଦୀପକ ସପ୍ତମ୍ୟା ବ ନାମସ୍ତୁଭ୍ୟ ନମୋ ଅନନ୍ତାୟ ବେଧୟେ ଅନ୍ତରା କୁହନ୍ତୁ । ସୂର୍ଯ୍ୟ ଙ୍କୁ ଉପାସନା କରି ନେହି ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ଜାଣତରେ ହେଉ ବା ଅଜାଣତରେ ହେଉ ଯେଉଁ ପାପ କରିଥିବେ ତାହା ଦୂର ହେବ । ଏହା ସହ ମାନସିକ ଓ ଶାରୀରିକ କଷ୍ଟ ଦୂର ହେବ ।
ଏହା ଦ୍ଵାରା ଆପଣଙ୍କର ଆତ୍ମବଳ ଓ ମନୋବଳ ଦୃଢ ହେବ । ଏହି ମାଘ ମାସ ସପ୍ତମୀ ତିଥି ରେ ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରି ପୂଣ୍ୟ କମାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।