କ୍ରୀଡା

ଏସୀୟ ଇନକ୍ଲ୍ୟୁସିଭ ସେଲିଂ ସିରିଜ୍ ୨୦୨୫ରେ ଓଡ଼ିଆଙ୍କ କମାଲ, ଡବଲ୍ ମେଡାଲ୍ ଜିତିଲେ ଦୁଇ କ୍ରୀଡ଼ାବିତ

ସେଲିଂରେ ଓଡ଼ିଆ କ୍ରୀଡ଼ାବିତଙ୍କ କମାଲ । ବିଶ୍ୱର ଅନେକ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମେଡାଲ ଜିତିଛନ୍ତି ଓଡ଼ିଆ । ଆଗକୁ ଅଭ୍ୟାସ ଜାରି ରଖି ଅଧିକରୁ ଅଧିକ ମେଡାଲ ଜିତିବାକୁ କରିବେ ପ୍ରୟାସ । ହଁ ଆଜ୍ଞା, ଏସୀୟ ଇନକ୍ଲ୍ୟୁସିଭ ସେଲିଂ ସିରିଜ୍ ୨୦୨୫ରେ ଓଡ଼ିଆଙ୍କ କମାଲ । ଏସିୟ ଇନକ୍ଲ୍ୟୁସିଭ ସେଲିଙ୍ଗ ଫର ପାରା ସେଲର୍ସ ପ୍ରତିଯୋଗୀତାରେ ଡବଲ ମେଡାଲ୍ ଜିତିଛନ୍ତି ଓଡ଼ିଆ ଝିଅ ମୋନାଲି ସ୍ୱାଇଁ । ନିଜ ବର୍ଗରେ ବିଭିନ୍ନ ଦେଶର କ୍ରୀଡ଼ାବିତଙ୍କୁ ପଛରେ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ମେଡାଲ ହାତେଇଛନ୍ତି ସେ ।

ସେହିପରି wind ସରଫିଙ୍ଗ ଜୁନିଅର ନ୍ୟାସନାଲରେ ଡବଲ୍ ମେଡାଲ୍ ଜିତିଛନ୍ତି ସୌମ୍ୟଜିତ ରାୟ କ୍ରିଷ । ରାଜ୍ୟର ସର୍ବକନିଷ୍ଠ wind ସରଫର ଭାବେ ପରିଚିତ କ୍ରିଷ ମଧ୍ୟ ହାତେଇଛନ୍ତି ଡବଲ୍ ମେଡାଲ୍ । ଆଗକୁ ମୋନାଲିଙ୍କ ପାରା ଅଲମ୍ପିକ ଏବଂ ସୌମ୍ୟତୀତଙ୍କ ୟୁଥ ଅଲମ୍ପିକ ଓ ଏସିଆଡ଼ ଥିବା ବେଳେ ସେଥିରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ଉଭୟ କ୍ରୀଡ଼ାବିତ । ଓଡ଼ିଶା ୟାଚିଂ ଆସୋସିଏସନ ପକ୍ଷରୁ ସମସ୍ତ କ୍ରୀଡ଼ାବିତ ଏବେ କଟକର ମହାନଦୀରେ ଜାରି ରଖିଛନ୍ତି ଅଭ୍ୟାସ ।

ପ୍ରସିଦ୍ଧ ସ୍କୁବା ଡାଇଭର ଡକ୍ଟର ସବିର ବକ୍ସଙ୍କ ତତ୍ୱାବଧାନରେ ସମସ୍ତେ ପ୍ରଶିକ୍ଷଣ ଜାରି ରଖିବା ସହ ସଫଳ ହେବାକୁ କରୁଛନ୍ତି ପ୍ରୟାସ । ସମସ୍ତ ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ଆସୋସିଏସନ ପକ୍ଷରୁ ଦିଆଯାଇଛି ସମ୍ବର୍ଦ୍ଧନା । ଧୀରେ ଧୀରେ ରାଜ୍ୟରେ ପ୍ରସିଦ୍ଧ ଲାଭ କରୁଛି ୱାଟର ସ୍ପୋର୍ଟ୍ସ । ଅନେକ ସମୟରେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫଳତା ହାସଲ କରୁଛନ୍ତି ଆମ ରାଜ୍ୟର କ୍ରୀଡ଼ାବିତ । ଯାହା ଆମ ରାଜ୍ୟ ପାଇଁ ଏକ ଗର୍ବର ବିଷୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button