କ୍ରୀଡା

ଆଇପିଏଲ 2020: ପାଞ୍ଚ ଧୁରନ୍ଧର ଯାହାଙ୍କ ପାଇଁ ଶେଷ ହେଇପାରେ ଏହି ସିଜନ, ଏଥିରୁ ୩ ଜଣ CSK ଖେଳାଳୀ, ଦେଖନ୍ତୁ

କିନ୍ତୁ କିଛି ଖେଳାଳୀ ସବୁବର୍ଷ କ୍ରିକେଟରୁ ଅବସର ନିଅନ୍ତି ତ କିଛି ଖେଳାଳୀ ନିଜ ପ୍ରଦର୍ଶନ ପାଇଁ ଆଗାମୀ ବର୍ଷ ଖେଳିବାର ସୁଯୋଗ ହରେଇଥାନ୍ତି । ଆସନ୍ତୁ ଜାଣିବା ସେଇ ଖେଳାଳୀଙ୍କ ବିଷୟରେ ଯାହାଙ୍କ ପାଇଁ 2020ର ଆଇପିଏଲ ଶେଷ ଥର ପାଇଁ ହୋଇପାରେ।

2008 ରେ ସୌରଭ ତିୱାରୀ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ସେ 2010ରେ ଅଣ୍ଡର-23 ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ର ଟାଇଟଲ ମଧ୍ୟ ଜିତିଥିଲେ । ହେଲେ କ୍ରିକେଟ ଦୁନିଆରେ ସେ ଅଧିକ ସମୟ ତିଷ୍ଟି ନ ଥିଲେ, ଏବେ 2017 ରେ ସେ କେବଳ ଗୋଟେ ଆଇପିଏଲ ମ୍ୟାଚ ଖେଳିଛନ୍ତି। ଏ ବର୍ଷ ମୁମ୍ବାଇ ତାଙ୍କୁ କିଣିଛନ୍ତି, ହେଲେ ତାଙ୍କୁ ପ୍ଲେଇଂ XI ରେ ଯାଗା କରିବା ପାଇଁ କଷ୍ଟ ହେବ । ହୋଇପାରେ ଏହି ବର୍ଷ ପରେ ତାଙ୍କୁ ଆଇପିଏଲ ରେ କେହି କିଣି ନ ପାରନ୍ତି ।

17 ବର୍ଷ ଓ 153 ଦିନ ବୟସରେ ଓ 2002 ରେ ଇଣ୍ଟରନେସନାଲ କ୍ରିକେଟ ରେ ଡେଵ୍ୟୁ କରିଥିବା ପାର୍ଥିବ ପଟେଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁର ତରଫରୁ ଖେଳୁଛନ୍ତି। ଏମିତିରେ 34 ବର୍ଷୀୟ ପଟେଲଙ୍କ ପାଇଁ ଏହା ଶେଷ ଆଇପିଏଲ ହୋଇପାରେ।

2018 ରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳି ସିଜିନ ରେ 602ରନ କରିଥିବା ଅମ୍ବାତି ରାୟୁଡୁ ଙ୍କ ସିଲେକ୍ସନ ବିଶ୍ୱକପ 2019 ପାଇଁ ହୋଇନଥିଲା । 35 ବର୍ଷୀୟ ଅମ୍ବାତି ରାୟୁଡୁ ଯଦି ଏ ବର୍ଷ ଅସଫଳ ରହିଲେ, ତେବେ ହୋଇପାରେ ଏହା ତାଙ୍କର ଶେଷ ଆଇପିଏଲ ।

ହରଭଜନ ସିଂ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ସେ 2008 ରୁ 2017 ଯାଏ ଖେଳିଥିଲେ ଓ ଆଇପିଏଲ ଟ୍ରଫି ବି ପାଇଥିଲେ । 40ବର୍ଷୀୟ ହରଭଜନ ଏହି ସିଜନ ପରେ ନିଜ କ୍ୟାରିୟରରେ ବିରାମ ଲଗାଇ ପାରନ୍ତି ।

ସେନ ୱାଟସନଙ୍କ ଖେଳକୁ ସାରା ଦୁନିଆ ପସନ୍ଦ କରେ । ସେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳିଥାନ୍ତି । ସେ 32 ଟି ମ୍ୟାଚ ରେ 953 ରନ କରି ଆଇପିଏଲ ରେ ନୂଆ ପରିଚୟ କରିଥିଲେ । 39ବର୍ଷୀୟ ୱାଟସନ ସବୁବେଳେ ଫିଟନେସ ସମସ୍ୟାରେ ପଡିଥାନ୍ତି । ଏମିତିରେ ଏହି ମ୍ୟାଚରେ ସେ ଶେଷ ଥର ପାଇଁ ନଜର ଆସିପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button