କ୍ରୀଡା

ଏମାନେ ହେଉଛନ୍ତି ସେହି ଖେଳାଳୀ ଯେଉଁମାନେ ନିଜ ନିଜର ଟିମ ପାଇଁ ୱାଣ୍ଡେରେ ସବୁଠୁ ଶୀଘ୍ର ପୁରା କରିଥିଲେ ଶତକ

ବିଶ୍ଵ କ୍ରିକେଟରେ ଗୋଟିଏ ରୁ ବଳି ଗୋଟିଏ ଖେଳାଳି ଅଛନ୍ତି ଯେଉଁମାନେ ଖାସକରି ନିଜର ବ୍ୟାଟିଙ୍ଗ ପାଇଁ ଜଣା ଯାଆନ୍ତି । କେତେକ ବ୍ୟାଟ୍ସମ୍ୟାନ ଏମିତି ବି ଅଛନ୍ତି ଯେଉଁମାନେ ନିଜର ଭଲ ବ୍ୟାଟିଙ୍ଗ ଦ୍ଵାରା ବହୁତ ଶୀଘ୍ର ନିଜ ଟିମ ପାଇଁ ଶତକ ମାରିଛନ୍ତି । ଆଜି ଆମେ ସେହି ଖେଳାଳିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ୱାଣ୍ଡେରେ ନିଜ ଟିମ ପାଇଁ ବହୁତ ଶୀଘ୍ର ଶତକ ଲଗାଇଛନ୍ତି ।

ଏବୀ ଡୀବିଲିୟର୍ସ

ୱାଣ୍ଡେ ଇତିହାସରେ ନିଜ ଟିମ ପାଇଁ ସବୁଠୁ ଜଲ୍ଦି ଶତକ ମାରିଥିବା ଖେଳାଳି ମାନଙ୍କ ମଧ୍ୟରେ ପ୍ରଥମେ ଦକ୍ଷିଣ ଆଫ୍ରିକାର ଏବୀ ଡୀବିଲିୟର୍ସଙ୍କ ନାମ ଆସିଥାଏ । ସେ ୧୮ ଜାନୁୟାରୀ ୨୦୧୫ରେ ୱେସ୍ଟଇଣ୍ଡିଜ ବିରୁଦ୍ଧରେ ସବୁଠୁ ଶୀଘ୍ର ଶତକ ମାରିଥିଲେ । ଏବୀ ଡୀବିଲିୟର୍ସ ସେହି ସମୟରେ ୪୪ଟି ବଲରେ ୧୪୯ ରନ କରିଥିଲେ ଓ ୩୧ଟି ବଲରେ ନିଜର ଶତକ ପୁରା କରିଥିଲେ ।

କୋରୀ ଏଂଡରସନ

ନ୍ୟୁଜିଲ୍ୟାଣ୍ଡ ଟିମ ତରଫରୁ ଖେଳି କୋରୀ ଏଂଡରସନ ୱାଣ୍ଡେରେ ସବୁଠୁ ଜଲ୍ଦି ଶତକ ମାରିଥିଲେ । ସେ ୱେସ୍ଟଇଣ୍ଡିଜ ବିରୁଦ୍ଧରେ ୧ ଜାନୁୟାରୀ ୨୦୧୪ରେ ୩୬ଟି ବଲରେ ଶତକ ମାରିଥିଲେ । ସେହି ସମୟରେ ସେ ୪୭ଟି ବଲରେ ୧୩୧ ରନର ପାରି ଖେଳିଥିଲେ ।

ଶାହିଦ ଅଫରୀଦୀ

ପାକିସ୍ତାନ ତରଫରୁ ଖେଳି ୱାଣ୍ଡେରେ ଶାହିଦ ଅଫରୀଦୀ ସବୁଠୁ ଶୀଘ୍ର ଶତକ ମାରିଥିଲେ । ସେ ୧୯୯୬ରେ ୩୭ଟି ବଲରେ ଶ୍ରୀଲଙ୍କା ବିରୁଦ୍ଧରେ ଶତକ ମାରିଥିଲେ । ସେହି ସମୟରେ ସେ ୪୦ଟି ବଲରେ ୧୦୨ ରନର ପାରି ଖେଳିଥିଲେ ।

ବ୍ରାୟନ ଲାରା

ୱେସ୍ଟଇଣ୍ଡିଜର ବ୍ରାୟନ ଲାରା ୱାଣ୍ଡେରେ ସବୁଠୁ ଜଲ୍ଦି ଶତକ ଲଗାଇଥିଲେ । ସେ ୧୯୯୯ରେ ବାଂଲାଦେଶ ବିରୁଦ୍ଧରେ ଖେଳି ୪୫ଟି ବଲରେ ଶତକ ମାରିଥିଲେ । ସେହି ସମୟରେ ଖେଳା ଯାଇଥିବା ମ୍ୟାଚରେ ବ୍ରାୟନ ଲାରା ୬୨ ବଲରେ ୧୧୭ ରନର ପାରି ଖେଳିଥିଲେ ।

ଜୋସ ବଟଲର

ଇଂଲଣ୍ଡର ଖେଳାଳି ଜୋସ ବଟଲର ୨୦୧୫ରେ ନିଜ ଟିମ ପାଇଁ ଖେଳି ୪୬ଟି ବଲରେ ଶତକ ମାରିଥିଲେ । ସେ ପାକିସ୍ତାନ ବିରୁଦ୍ଧରେ ୫୨ଟି ବଲରେ ୧୧୬ ରନ ର ପାରି ଖେଳିଥିଲେ ।

ସନଥ ଜୟସୂର୍ୟା

ଶ୍ରୀଲଙ୍କା ଟିମର ସନଥ ଜୟସୂର୍ୟା ୧୯୯୬ରେ ପାକିସ୍ତାନ ବିରୁଦ୍ଧରେ ୪୮ଟି ବଲରେ ଶତକ ମାରିଥିଲେ । ସେ ସେହି ମ୍ୟାଚରେ ୬୫ଟି ବଲରେ ୧୩୪ ରନର ପାରି ଖେଳିଥିଲେ ।

ବିରାଟ କୋହଲି

ଭାରତ ତରଫରୁ ଖେଳି ବିରାଟ କୋହଲି ୱାଣ୍ଡେରେ ସବୁଠୁ ଶୀଘ୍ର ଶତକ ମାରିଥିଲେ । ୨୦୧୩ରେ ଅଷ୍ଟ୍ରେଲିୟା ବିରୁଦ୍ଧରେ ଜୟପୁରରେ ସେ ୫୨ଟି ବଲରେ ଶତକ ମାରିଥିଲେ ।

କେବିନ ଓ ବ୍ରାୟନ

ଆୟରଲ୍ୟାଣ୍ଡର ଖେଳାଳି କେବିନ ଓ ବ୍ରାୟନ ୨୦୧୧ରେ ଭାରତରେ ହୋଇଥିବା ବିଶ୍ଵ କପରେ ୫୦ ଟି ବଲରେ ଶୀଘ୍ର ଶତକ ଶତକ ମାରିଥିଲେ । ସେ ଇଂଲଣ୍ଡ ବିରୁଦ୍ଧରେ ହୋଇଥିବା ଏହି ମ୍ୟାଚରେ ୬୩ ବଲରେ ୧୧୩ ରନର ପାରି ଖେଳିଥିଲେ ।

ଶାକିବ ଅଲ ହସନ

ବାଂଲାଦେଶ ପାଇଁ ଖେଳି ଶାକିବ ଅଲ ହସନ ସବୁଠୁ ଜଲ୍ଦି ଶତକ ମାରିଥିଲେ । ଶାକିବ ଅଲ ହସନ ୨୦୦୯ରେ ଜିମ୍ବାବ୍ୱେ ବିରୁଦ୍ଧରେ ୬୩ ବଳରେ ଶତକ ର ପାରି ଖେଳିଥିଲେ ।

ଗ୍ଲ୍ୟାନ ମ୍ୟାକ୍ସୱେଲ

ଅଷ୍ଟ୍ରେଲିୟା ଖେଳାଳି ଗ୍ଲ୍ୟାନ ମ୍ୟାକ୍ସୱେଲ ନିଜର ଟିମ ପାଇଁ ୫୧ଟି ବଲରେ ସବୁଠୁ ଜଲ୍ଦି ଶତକ ମାରିଥିଲେ । ସେ ୨୦୧୫ରେ ସିଡନୀରେ ଶ୍ରୀଲଙ୍କା ବିରୁଦ୍ଧରେ ୫୩ଟି ବଲରେ ୧୦୨ ରନର ପାରି ଖେଳିଥିଲେ ।

କରୀମ ସଦୀକ

ଆଫଗାନିସ୍ତାନ ପାଇଁ ସବୁଠୁ ଶୀଘ୍ର ଶତକ କରୀମ ସଦୀକ ପୁରା କରିଥିଲେ । ସେ ନେଦରଲ୍ୟାଣ୍ଡ ବିରୁଦ୍ଧରେ ୩୧ ମାର୍ଚ୍ଚ ୨୦୧୨ରେ ଶାରଜାହରେ ଖେଳା ଯାଇଥିବା ମ୍ୟାଚରେ ୭୪ଟି ବଲରେ ୧୦୦ ରନର ପାରି ଖେଳିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button