କ୍ରାଇମ

ସମ୍ବନ୍ଧ ଫାଇନାନ୍ସରେ ସିବିଆଇ ଚଢ଼ଉ – Utkal Mail


ରାଜଗାଙ୍ଗପୁର: ୧୪୧ କୋଟିରୁ ଊର୍ଦ୍ଧ୍ବ ଠକେଇ ମାମଲାରେ ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ଦୀପକ କିଣ୍ଡୋ ଏବଂ ଅମ୍ରିତା କିଣ୍ଡୋଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗତ ୩ ତାରିଖରେ ରାଜଗାଙ୍ଗପୁର ସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଥିବା ଖବର ହସ୍ତଗତ ହୋଇଛି। ଠକେଇ ଅଭିଯୋଗରେ ପୂର୍ବରୁ ଦୀପକ ଏବଂ ତାଙ୍କ ପତ୍ନୀ ଆମ୍ରିତାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଥିଲାବେଳେ ବର୍ତ୍ତମାନ ସିବିଆଇର ଚଢ଼ଉ ସହରରେ ଚର୍ଚ୍ଚାର ବିଷୟ ସାଜିଛି।
ଉଲ୍ଲେଖଯୋଗ୍ୟ ବିଷୟ ଯେ ଦୀପକ ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ ସଂସ୍ଥା ଦ୍ୱାରା ୨୦୧୫ରୁ ୨୦୨୦ ମଧ୍ୟରେ ବିଭିନ୍ନ ସଂସ୍ଥାଠାରୁ ଋଣ ଆଣି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିଜେ ଚଳୁ କରିଛନ୍ତି। ଏହି ସମୟ ମଧ୍ୟରେ ସମ୍ବନ୍ଧ ଫିନ୍‌ସର୍ଭର ସହବନ୍ଧିତ ସଂସ୍ଥା ଏଗ୍ରୋ ପ୍ରୋସେସର ପ୍ରାଇଭେଟ ଲିମିଟେଡ୍‌ ବ୍ୟାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର ମଧ୍ୟ କରାଯାଇଛି।

ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଦୀପକ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀକୁ ଋଣ ଦେବାକୁ କହି ଜାଲ୍‌ କାଗଜପତ୍ର ଦେଇ ଏକ ସଂସ୍ଥା ଠାରୁ ୫ କୋଟି ଟଙ୍କା ନେଇ ଠକିଥିଲେ। ସଂସ୍ଥା ପକ୍ଷରୁ ମାମଲା ରୁଜୁ କରିବା ପରେ ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ର ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ଦ୍ଵାରା ଗିରଫ କରିଥିଲା। ରାଜ୍ୟ ତଥା ରାଜ୍ୟ ବାହାରେ ଜାଲ୍‌ କାଗଜପତ୍ର ଦେଇ ବିଭିନ୍ନ ସଂସ୍ଥାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ବର୍ତ୍ତମାନ ସିବିଆଇ ମାମଲା ରୁଜୁ କରିଥିବାବେଳେ ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟ ର ଅଧିକାରୀ ରାଜଗାଙ୍ଗପୁର ସିନେମା ପଡା ଠାରେ ଥିବା ତାଙ୍କ ବାସଭବନରେ ଚଢ଼ଉ କରିଥିବା ସୂଚନା ମିଳିଛି।




Related Articles

Leave a Reply

Your email address will not be published. Required fields are marked *

Back to top button