ଦେଶ ବିଦେଶ

ହମାସ୍‌ ଆକ୍ରମଣ ନେଇ ସତର୍କ କରିଥିଲା ଆମେରିକା ଗୁଇନ୍ଦା ସଂସ୍ଥା – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍‌୍‌୍‌ ଯୁଦ୍ଧକୁ ସପ୍ତାହେ ପୂରିଯାଇଛି। ସପ୍ତାହକରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଗଲାଣି। ତେବେ ଇସ୍ରାଏଲରେ ହମାସ୍‌୍‌୍‌ ଆକ୍ରମଣର କିଛି ସପ୍ତାହ ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ (କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା) ଏନେଇ ସତର୍କ କରିଥିଲା। ଆମେରିକା ଗୁଇନ୍ଦା ସଂସ୍ଥା ଏନେଇ ୨ଟି ଗୋପନୀୟ ରିପୋର୍ଟ ପ୍ରସ୍ତୁତ କରିଥିଲା। ସମ୍ଭାବ୍ୟ ହମାସ୍‌୍‌୍‌ ଆକ୍ରମଣ ନେଇ ଏହ‌ି ରିପୋର୍ଟରେ ସତର୍କ କରାଯାଇଥିଲା। ପ୍ରଥମ ରିପୋର୍ଟଟି ସେପ୍ଟେମ୍ବର ୨୮ ତାରିଖରେ ଆସିଥିଲା। ଏହି ରିପୋର୍ଟରେ ହମାସ୍‌୍‌୍‌ ଇସ୍ରାଏଲ ଉପରକୁ ରକେଟ୍‌ ମାଡ଼ କରିବ ବୋଲି ସତର୍କ କରାଯାଇଥିଲା। ଦ୍ବିତୀୟ ରିପୋର୍ଟଟି ଅକ୍ଟୋବର ୫ ତାରିଖର ।

ଏଥିରେ ମଧ୍ୟ ପାଲେସ୍ତିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌୍‌୍‌ ଦ୍ବାରା ହିଂସା ନେଇ ସତର୍କ କରାଯାଇଥିଲା। ତେବେ ଏହି ଗୁଇନ୍ଦା ରିପୋର୍ଟକୁ ଏକ ରୁଟିନ ରିପୋର୍ଟ ଭାବେ ବିବେଚନା କରାଯାଇଥିଲା। ବର୍ଷ ସାରା ପାଲେଷ୍ଟାଇନ୍‌ ହିଂସା ସଂକ୍ରାନ୍ତରେ ସତର୍କ କରି ସିଆଇଏ ଦ୍ବାରା ରୁଟିନ୍‌ ରିପୋର୍ଟ ପ୍ରକାଶ ପାଇଥାଏ। ଏହାର ମାତ୍ର ୨ ଦିନ ପରେ ହମାସ୍‌୍‌୍‌ ଗୋଷ୍ଠୀ ଦ୍ବାରା ଇସ୍ରାଏଲରେ ଆକ୍ରମଣ ଆରମ୍ଭ ହେଲା। ସିଏନଏନ ଅନୁଯାୟୀ ଆକ୍ରମଣର ମାତ୍ର ଦିନକ ପୂର୍ବରୁ ଆମେରିକା ଅଧିକାରୀ ଏହି ରିପୋର୍ଟ ଜାରି କରିଥିଲେ। ସିଆଇଏ ଗୁଇନ୍ଦା ରିପୋର୍ଟ ଆମେରିକାରେ କିଛି ସିନେଟର୍‌ଙ୍କୁ ଦିଆଯାଇଥିଲା। ତେବେ ୨ଟି ଯାକ ରିପୋର୍ଟ ସଂକ୍ରାନ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିମ୍ବା ହ୍ବାଇଟ୍‌ ହାଉସର ବରିଷ୍ଠ ଅଧିକାରୀଙ୍କୁ କିଛି ଅବଗତ କରାଯାଇନଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button