ଦେଶ ବିଦେଶ

ବାଂଲାଦେଶରେ ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା, ୨୦ ମୃତ – Utkal Mail


ଢାକା: ବାଂଲାଦେଶରେ ସୋମବାର ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ କହିଛି।

ବାଂଲାଦେଶୀ ଖବରକାଗଜ ଢାକା ଟ୍ରିବୁନ ଅନୁସାରେ ରାଜଧାନୀ ଢାକାଠାରୁ ପ୍ରାୟ ୮୦ କିଲୋମିଟର ଦୂର ଭୈରବଠାରେ ଏକ ଯାତ୍ରୀବାହୀ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରିଆଡେ ଚିତ୍କାର ହୋଇଥିଲା।

ସ୍ଥାନୀୟ ପୋଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ । କେତେକ ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ ମୃତ୍ୟୁ ସଂଖ୍ୟା ୨୦ ଅତିକ୍ରମ କରିଛି।

ଏହି ଭୟଙ୍କର ରେଳ ଦୁର୍ଘଟଣା ପରେ ଅଗ୍ନିଶମ ସେବା ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି।

ଏହି ଦୁର୍ଘଟଣା ପରେ ମାଲବାହୀ ଟ୍ରେନର ଲୋକୋମାଷ୍ଟର, ଆସିଷ୍ଟାଣ୍ଟ ଲୋକୋମାଷ୍ଟର ଓ ଗାର୍ଡକୁ ନିଲମ୍ବିତ କରିଦିଆଯାଇଛି । ଏହା ସହିତ ଘଟଣାର ସବିଶେଷ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାଥମିକ ତଦନ୍ତ ଅନୁସାରେ ଏହି ତିନିଜଣଙ୍କୁ ନିଲମ୍ବିତ କରାଯାଇଛି ।

 




Related Articles

Leave a Reply

Your email address will not be published. Required fields are marked *

Back to top button