ଦେଶ ବିଦେଶ

ବିଶାଖାପାଟନମ୍‌ ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ, ହୁ ହୁ ହୋଇ ଜଳିଗଲା ୪୦ ଡଙ୍ଗା – Utkal Mail



ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ମାଛଧରା ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ମାଛଧରା ବନ୍ଦରରେ ଭିଷଣ ଅଗ୍ନିକାଣ୍ଡ ଘଟିଥିବା ସୂଚନା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪୦ ଟି ଡଙ୍ଗା ପୋଡି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ଡଙ୍ଗାରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହି ଘଟଣାରେ ମତ୍ସ୍ୟଜୀବୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । କେହି ଦୁର୍ବୁତ୍ତ ଏହି ଡଙ୍ଗାରେ ନିଆଁ ଲଗାଇଦେଇଥିବା ଅଭିଯୋଗ ଆଣିଛନ୍ତି ମତ୍ସଜୀବୀ । ଅଗ୍ନିକାଣ୍ଡ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ କେବି ମୃତାହତ ହୋଇଥିବା ନେଇ ଖବର ହସ୍ତଗତ ହୋଇନାହିଁ । ମତ୍ସ୍ୟଜୀବୀଙ୍କ ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

 

ଘଟଣାରେ ପୋଲିସ ଡେପୁଟି କମିଶନର ଆନନ୍ଦ ରେଡ୍ଡୀ କହିଛନ୍ତି ଯେ, ‘ବିଶାଖାପାଟନମ୍ ମାଛଧରା ବନ୍ଦରରେ ଗତ ରାତିରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଥିଲା, ପରେ ଏହା ଧିରେ ଧିରେ ଗୋଟିକ ପରେ ପରେ ଗୋଟେ ଡଙ୍ଗାକୁ ବ୍ୟାପିଥିଲା ଯେଉଁଥିରେ ପ୍ରାୟ ୪୦ ଟି ଫାଇବର ମେକାନାଇଜଡ୍ ଡଙ୍ଗାକୁ ଏହା ବ୍ୟାପି ଯାଇଥିଲା । ତେବେ କେଉଁ କାରଣରୁ ଆଉ କିପରି ଏତେ ବଡ ଧରଣର ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନଥିବାବେଳେ, ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଡେପୁିଟି କମିଶନର କହିଛନ୍ତି ।




Related Articles

Leave a Reply

Your email address will not be published. Required fields are marked *

Back to top button