କ୍ରାଇମ

ସ୍ବାମୀର ଟାଙ୍ଗିଆ ଚୋଟରେ ପତ୍ନୀ ଗୁରୁତର – Utkal Mail


ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୧୫ ଗ୍ରାମରେ ସ୍ବୀମଙ୍କ ଟାଙ୍ଗିଆ ଚୋଟରେ ପତ୍ନୀ ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ, ଗତ ୧୭ ବର୍ଷ ତଳେ ଏମଭି ୧୫ ଗ୍ରାମର କୈଳାଶ ଚୌଧୁରୀ ଏମପିଭି ୧ ଗ୍ରାମର କାକଲି ମଣ୍ଡଳକୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେଉଥିଲା। ଏଥିସହ କୈଳାଶ ପତ୍ନୀ କାକଲିକୁ ମାରପିଟ କରୁଥିଲେ। ଆଜି ଦିନ ୧୧ଟା ବେଳେ କୌଣସି ଘଟଣାକ କେନ୍ଦ୍ର କରି କୈଳାଶ ପାଟିତୁଣ୍ଡ କରିଥିଲେ, ଏହାପରେ ସେ ରାଗିଯାଇ ଘରେ ଥିବା ଟାଙ୍ଗିଆରେ କାକଲିକୁ ଆକ୍ରମଣ କରିଥିଲେ। କାକଲିଙ୍କ ବେକର ପଛପଟେ ଟାଙ୍ଗିଆ ବାଜିବାରୁ ରକ୍ତସ୍ରାବ ହୋଇଥିଲା। କାକଲିଙ୍କ ପୁଅ ଓ ଗ୍ରାମବାସୀମାନେ କାକଲିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କାକଲିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା କରାଯାଉଛି। ଏନେଇ କାକଲିଙ୍କ ଭାଇ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଏହାକୁ ଭତ୍ତି କରି ଥାନାରେ କେସ ନଂ ୬୭୮/୨୩ ମାମଲା ରୁଜୁ କରି ଏସଆଇ ପ୍ରଭାତ କୁମାର ଗୌଡ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button