ବିଚାର

କୌଣସି ବ୍ୟକ୍ତିଙ୍କ ସହିତ କଥା ବାର୍ତ୍ତା ହେବା ପୂର୍ବରୁ ଏହିସବୁ କଥା ମନେ ରଖନ୍ତୁ

ଚାଣକ୍ୟଙ୍କ ନୀତିରେ ବର୍ଣ୍ଣନା କରାଯାଇଛି। ଯଦି ଆପଣ କିଛି କରିବେ ପାଇଁ ଭାବିଛନ୍ତି ତେବେ କାହାରିକୁ କିଛି ନ କହି ତୁରନ୍ତ ସେ କାମ କରନ୍ତୁ, ଲୋକଙ୍କୁ ଜଣାନ୍ତୁ ନାହିଁ, ଲୋକଙ୍କୁ ଜଣାଇବା ଦ୍ଵାରା ସେହି କାମ ହୋଇନଥାଏ।

ନିଜ ଠାରୁ ଶକ୍ତିଶାଳୀ ଲୋକଙ୍କ ସହିତ ସର୍ବଦା ନମ୍ର ଭାବରେ କଥା ହୁଅନ୍ତୁ, କେବେବି କାହାରି ସହ ଅଭଦ୍ର ଭାଷାରେ କିମ୍ବା ଜୋରସେ କଥାବାର୍ତ୍ତା ହେବା ଉଚିତ ନୁହେଁ। ସବୁବେଳେ ନମ୍ର ଭାବରେ କଥାବାର୍ତ୍ତା ହୁଅନ୍ତୁ।

ଆପଣ ଅଧିକ ସାଧାସିଧା ବ୍ୟକ୍ତି ହୁଅନ୍ତୁ ନାହିଁ କାରଣ ଏପରି ହେବା ଦ୍ବାରା ଲୋକମାନେ ଆପଣଙ୍କୁ ଲାଭ ଉଠାଇବେ ଓ ଆପଣଙ୍କୁ ବ୍ୟବହାର କରିବେ। ଯେଉଁଥିରେ ଆପଣଙ୍କର କ୍ଷତି ହେବ।

କୌଣସି ବ୍ୟକ୍ତିଙ୍କୁ ସେତେବେଳେ କିଛି କୁହନ୍ତୁ ଯେତେବେଳେ ସେହି ବ୍ୟକ୍ତିଙ୍କର ଶୁଣିବାକୁ ଈଛା ଥିବ, ନଚେତ ଅଯଥାରେ କାହାରିକୁ କିଛି କୁହନ୍ତୁ ନାହିଁ।

କୌଣସି ବ୍ୟକ୍ତିଙ୍କୁ ସେତେବେଳେ ସାହାଯ୍ୟ କରନ୍ତୁ ଯେତେବେଳେ ସେହି ବ୍ୟକ୍ତି ଜଣକ ଆପଣଙ୍କୁ ସାହାଯ୍ୟ ମାଗନ୍ତି, ନଚେତ ନିଜ ଆଡୁ ସାହାଯ୍ୟ ପାଇଁ କିଛି କୁହନ୍ତୁ ନାହିଁ।

ଜୀବନରେ ସର୍ବଦା ଏହି ୩ଜଣ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ:-

୧. ମୂର୍ଖ ଲୋକ:-

ମୂର୍ଖ ଲୋକଙ୍କୁ ଆପଣ ଯେତେବି ଭଲ ଭାବରେ ବୁଝାଇବେ ସେ କିଛି ବୁଝିପାରିବେ ନାହିଁ, ବରଂ ସେ ଆହୁରି ଅଧିକ ମୂର୍ଖ ଭଳି ବ୍ୟବହାର କରିବେ।

୨. ଖରାପ ଲୋକ:-

ଖରାପ ଲୋକଙ୍କ ସହିତ ମିତ୍ରତା କରନ୍ତୁ ନାହିଁ, ଏପରି କରିବା ଦ୍ଵାରା ଆପଣଙ୍କର ହାନି ହେବ।

୩. ଦୁଃଖୀ ଲୋକ:-

ସର୍ବଦା ଦୁଖୀ ହେବା ଦ୍ଵାରା ଆପଣଙ୍କ ସହ କେହି କଥାବାର୍ତ୍ତା କରନ୍ତି ନାହିଁ। କାରଣ ସବୁବେଳେ ଜଣେ ଦୁଃଖୀ ହେଲେ କେହି କଥା ହେବାକୁ ଇଚ୍ଛା କରିବେ ନାହିଁ।

Google

ଗୋଟିଏ ମଣିଷ ସେତେବେଳେ ଅନ୍ୟ ମାନଙ୍କ ସହ ଭଲ ଭାବରେ କଥା ହୋଇପାରିବ ଯେତେବେଳେ ସେହି ବ୍ୟକ୍ତିଙ୍କ ପାଖରେ ଏହି ୭ଟି ଗୁଣ ଥିବ

୧. ଯିଏ ନିଜର ପରିବାରର ସବୁବେଳେ ଯତ୍ନ ନେଉଥିବ

୨. ସାମ୍ନା ଲୋକର ପରିସ୍ଥିତି ବୁଝିପାରୁଥିବ

୩. ଦୁଷ୍ଟ ଲୋକଙ୍କୁ ନିଜ ଶୈଳୀରେ ବୁଝାଇ ପାରୁଥିବ

୪. ଜ୍ଞାନୀ ଲୋକଙ୍କ ସହିତ ବସବାସ କରୁଥିବ

୫. ଯିଏ ବାପା, ମା, ଗୁରୁଜନ ମାନଙ୍କ ସହିତ ଭଲ ଭାବରେ କଥା ବାର୍ତ୍ତା ହୋଉଥିବ

୬. ଯାହା ଭିତରେ ଧୈର୍ଯ୍ୟ ଶକ୍ତି ଥିବ

୭. ମହିଳା ମାନଙ୍କ ସହିତ ଭାବି ଚିନ୍ତି କଥା ବାର୍ତ୍ତା ହେଉଥିବ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button