ମା’ ହେବେ ଦେବୋଲିନା ଭଟ୍ଟାଚାର୍ଯ୍ୟ, ସ୍ୱାମୀ ଶହନବାଜଙ୍କ ସହ ସେୟାର କଲେ ଫଟୋ

ଦେବୋଲିନା ଭଟ୍ଟାଚାର୍ଯ୍ୟ ଶେଷରେ ତାଙ୍କ ପ୍ରେଗ୍ନେନ୍ସି ଖବରକୁ ନିଶ୍ଚିତ କରିଛନ୍ତି । ଏହି ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଛନ୍ତି ଯେ ସେ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାମୀ ଶହନବାଜ ଶେଖଙ୍କ ସହ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ଦେବୋଲିନା ତାଙ୍କ ଘରେ ଅନୁଷ୍ଠିତ ହୋଇଥିବା ପୂଜାରୁ ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଘୋଷଣା କରିଛନ୍ତି ଯେ ସେ ମା ହେବାକୁ ଯାଉଛନ୍ତି ।
ଏହି ଫଟୋଗୁଡ଼ିକରେ ଦେବୋଲିନା ଏବଂ ତାଙ୍କ ସ୍ୱାମୀ ମଧ୍ୟ ନଜର ଆସିଛନ୍ତି । ଅଭିନେତ୍ରୀ ତାଙ୍କ ପ୍ରେଗ୍ନେନ୍ସି ଖବର ସୋସିଆଲ ମିଡିଆରେ ସେୟାର କରିବା ମାତ୍ରେ ତାଙ୍କୁ ସବୁ ଆଡୁ ଅଭିନନ୍ଦନ ମିଳିବା ଆରମ୍ଭ ହୋଇଛି । ଏପରି ଭାବେ ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କ ପାଇଁ ବହୁତ ଖୁସି ହୋଇଛନ୍ତି ।
ଦେବୋଲିନା ସେୟାର କରିଥିବା ଫଟୋଗୁଡ଼ିକରେ ସେ ଏବଂ ଶହନବାଜ ଏକ ଚେୟାରରେ ବସି ପରସ୍ପରକୁ ଦେଖୁଥିବାର ନଜର ଆସିଛନ୍ତି । ଫଟୋରେ, ଉଭୟଙ୍କ ସହିତ ସେମାନଙ୍କର ପୋଷା କୁକୁର ମଧ୍ୟ ଦେଖିବାକୁ ମିଳିଛି । ତେବେ ସେହି କୁକୁରଟି ତାଙ୍କ ସ୍ୱାମୀଙ୍କ କୋଳରେ ବସିଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ଦେବୋଲିନା ଏକ ଶିଶୁର ପୋଷାକ ଧରିଛନ୍ତି । ଯେଉଁଥିରେ ଲେଖା ଯାଇଛି ଯେ ବର୍ତ୍ତମାନ ଆପଣ ପଚାରିବା ବନ୍ଦ କରିପାରିବେ ।
ଫଟୋ ସେୟାର କରିବାବେଳେ ଦେବୋଲିନା କ୍ୟାପସନରେ ଲେଖିଛନ୍ତି, ‘ପବିତ୍ର ପଞ୍ଚମୃତ ରୀତିନୀତି ସହିତ ମାତୃତ୍ୱର ସୁନ୍ଦର ଯାତ୍ରା ପାଳନ କରିବା । ଏହା ସହିତ ଦେବୋଲିନା ମଧ୍ୟ ଏହି ରୀତିନୀତି କାହିଁକି ପାଳନ କରାଯାଏ ବୋଲି କହିଛନ୍ତି । ସେ ନିଜ ପୋଷ୍ଟରେ କହିଛନ୍ତି ଯେ ଏହି ରୀତିନୀତି ମା ଏବଂ ହେବାକୁ ଥିବା ସନ୍ତାନର ସ୍ୱାସ୍ଥ୍ୟ, ସମୃଦ୍ଧତା ଏବଂ ସୁଖକୁ ଆଶୀର୍ବାଦ ଦେବା ପାଇଁ ସୃଷ୍ଟି କରାଯାଇଛି, ଯାହା ପରମ୍ପରା ଏବଂ ଭଲ ପାଇବାର ମିଶ୍ରଣ ହୋଇଛି ।
ଦେବୋଲିନା ନିଜର ପ୍ରେଗ୍ନେନ୍ସି ଖବର ସେୟାର କରିବା ମାତ୍ରେ ତାଙ୍କୁ ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳିବା ଆରମ୍ଭ ହୋଇଛି । ଅଭିନେତ୍ରୀଙ୍କ ପ୍ରଶଂସକ ଏବଂ ସାଙ୍ଗମାନେ ତାଙ୍କୁ ହେବାକୁ ଥିବା ସନ୍ତାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏହା ପୂର୍ବରୁ ଦେବୋଲେନାଙ୍କ ପ୍ରେଗ୍ନେନ୍ସି ଖବର ବିଷୟରେ ପ୍ରାୟ ୧ ରୁ ୨ ମାସ ଧରି ଆଲୋଚନା ଚାଲିଥିଲା । କିନ୍ତୁ ଅଭିନେତ୍ରୀ ଏହାକୁ ପର୍ସନାଲ ଲାଇଫ୍ ବୋଲି କହି ଏହାକୁ କହିବାକୁ ମନା କରିଦେଇଥିଲେ । ତେବେ ତାଙ୍କ ଏହି ସବୁ ଫଟୋ ଦେଖି ପ୍ରଶଂସକମାନେ ଅନୁମାନ କରିସାରିଛନ୍ତି ଯେ ଅଭିନେତ୍ରୀ ଜଣେ ମା ହେବାକୁ ଯାଉଛନ୍ତି । ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୨୦୨୨ରେ ଶହନବାଜ ଶେଖ।ଙ୍କୁ ବିବାହ କରିଛନ୍ତି । ଅଭିନେତ୍ରୀଙ୍କ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ମୁମ୍ବାଇ ବାହାରେ ଲୋଖଣ୍ଡବାଲାରେ କୋର୍ଟ ମ୍ୟାରେଜ କରିଥିଲେ । ତେବେ ବିବାହର ଫଟୋ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ଦୁହେଁ ବିବାହ କରିବାର ପ୍ରାୟ ଦେଢ ବର୍ଷ ବିତିଗଲାଣି ।