କ୍ରାଇମ

ଉତ୍ତରପ୍ରଦେଶ କୋର୍ଟ ପରିସରରେ ଓକିଲଙ୍କୁ ଗୁଳି କରି ହତ୍ୟା – Utkal Mail


ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାର ଏକ ତହସିଲ କୋର୍ଟ ପରିସରରେ ଆଜି ଜଣେ ଓକିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଅନୁଯାୟୀ ଓକିଲ ମନୋଜ ଚୌଧୁରୀ ଆଜି ତାଙ୍କ ଚାମ୍ବରରେ ଖାଉଥିବାବେଳେ ୨ ଜଣ ଦୁର୍ବୃତ୍ତ ହଠାତ ତାଙ୍କ ଚାମ୍ବରକୁ ପଶି ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ମନୋଜଙ୍କର ମୃତ୍ୟୁ ହୋଇଥିଲା। ଆଜି ଅପରାହ୍ନ ୨ଟା ୧୫ ମିନିଟ୍‌ ସମୟରେ ଏହି ଘଟଣା ଘଟିଛି। ଓକିଲଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଛି। ଖବର ପାଇ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସିଙ୍ଗନି ‌ଗେଟ୍‌ ଥାନା ଅଧିକାରୀମାନେ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ହତ୍ୟାକାରୀଙ୍କୁ ଚିହ୍ନଟ କରିବାପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛନ୍ତି। ଘଟଣାରେ ପରବର୍ତ୍ତୀ ତଦନ୍ତ ପାଇଁ ଗୋଟିଏ ଫରେନ୍ସିକ ଏକ୍ସପର୍ଟ ଟିମ୍‌ ଗଠନ ହୋଇଛି। ଗାଜିଆବାଦ ସିଟି ଡିସିପି ନିପୁନ ଅଗ୍ରୱାଲ କହିଛନ୍ତି ଯେ ଆଜି ଅପରାହ୍ନ ୨ଟା ୧୫ ସମୟରେ ସିଙ୍ଗନି ଗେଟ୍‌ ଥାନାକୁ ଓକିଲ ମନୋଜ ଚୌଧୁରୀଙ୍କ ହତ୍ୟା ନେଇ ଖବର ଆସିଥିଲା। ୨ ଜଣ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଡିସିପି ସ୍ପଷ୍ଟ କରିଥିଲେ। କାରଣ ଜଣାପଡ଼ି ନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button