ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆ ଘର

ଭୁବନେଶ୍ବର, ୨୭/୯ : ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆ ଘର। ଏ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ବହୁ ବର୍ଷରୁ ପର୍ଯ୍ୟଟକମାନେ କେବଳ ନନ୍ଦନକାନନରେ ପଶୁ ପକ୍ଷୀଙ୍କୁ ଦେଖିବାର ମଜା ନେଉଥିବାବେଳେ, ଆଗକୁ ପଶ୍ଚିମ ଓଡ଼ିଶାରେ ଚିଡିଆଘର ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ । ବିଶ୍ବ ପର୍ଯ୍ୟଟନ ଦିବସରେ ଏହି ଜୟଦେବ ଭବନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ସୂଯୋଗ ଦେଇ ଏହି ସୁଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା।
ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ଅନେକ ଯୋଜନା କରିଛି ରାଜ୍ୟ ସରକାର। କେନ୍ଦ୍ର ସରକାର ବି ଟଙ୍କା ଯୋଗାଉଛନ୍ତି । ଓଡିଶାରେ ଆଡଭେଣ୍ଚର ସ୍ପୋର୍ଟ୍ସ ପାଇଁ ଅନେକ ସୁଯୋଗ ରହିଛି । ଆଡଭେଣ୍ଚର ସ୍ପୋର୍ଟ୍ସ ତଥା ଏହାର ପଲିସି ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତା ସପ୍ତାହରେ ମେଘାଳୟ ଗସ୍ତରେ ଯିବେ ମନ୍ତ୍ରୀ। ଓଡିଶା ଫେରିବା ପରେ ଆଡଭେଣ୍ଚର ସ୍ପୋର୍ଟ୍ସ ଉପରେ ଅନେକ କାମ କରାଯିବ ବୋଲି କହିଛନ୍ତି । ଏହାସହ ଓଡିଶାରେ ବୁଦ୍ଧିଷ୍ଟ କରିଡର ପ୍ରତି ଗୁରୁତ୍ୱ ଦିଆଯିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକରୁ ଅଧିକ ଇକୋ ଟୁରିଜମର ବ୍ୟବସ୍ଥା କରାଯିବ।
ଏହା ସହ ଧଉଳିକୁ ମୋ ବସ ଗଡ଼ିବା ନେଇ ଦାବି ଆସିଛି । ବସ ଯାତାୟାତ ନେଇ ଆଲୋଚନା କରାଯିବ ବୋଲି ପଯ୍ୟଟନ ମନ୍ତ୍ରୀ କହିଛନ୍ତି । ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ଓଡିଶା ରାଜ୍ୟ ଟୁରିଷ୍ଟ ଗାଇଡ ଆସୋସିଏସନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବାଚସ୍ପତି ସୁରମା ପାଢୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ବିଧାୟକ ବାବୁ ସିଂ