କ୍ରୀଡା

ପୁଣେ ଟେଷ୍ଟ ହାରିବା ପରେ ଭାରତୀୟ ଟିମରେ ପରିବର୍ତ୍ତନ, ଟିମରେ ଏହି ଅଲରାଉଣ୍ଡରକୁ ସାମିଲ କଲେ ଗୌତମ ଗମ୍ଭୀର

ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ଟେଷ୍ଟ ହାରିବା ପରେ ଭାରତୀୟ ଟିମରେ ପରିବର୍ତ୍ତନ । ପୁଣେ ଟେଷ୍ଟ ପୂର୍ବରୁ ବିସିସିଆଇ ସ୍କାଡରେ ଷ୍ଟାର ଅଲରାଉଣ୍ଡର ଓ୍ୱାଶିଂଟନ ସୁନ୍ଦରକୁ ସାମିଲ କରାଯାଇଛି । ରଣଜୀ ଟ୍ରଫିରେ ତାମିଲନାଡ଼ୁ ପାଇଁ ୧୫୨ ରନର ଦମଦାର ପାଳି ଖେଳିଥିବା ୱାଶିଂଟନ୍ ସୁନ୍ଦର ଭାରତୀୟ ଟେଷ୍ଟ ଟିମରେ ଯୋଗ ଦେଇଛନ୍ତି । ତେବେ ଓ୍ୱାଶଂଟନ ସୁନ୍ଦରକୁ ଗୌତମ ଗମ୍ଭୀର ଟିମକୁ ଡାକିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ନୈରାଶ୍ୟଜନକ ପ୍ରର୍ଦଶନ ପରେ ବିଚାର ବିର୍ମଷ କରି ବିସିସିଆଇ ଓ ଚୟନକର୍ତ୍ତା ସ୍କ୍ୱାଡରେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିଛନ୍ତି । ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ୱାଶିଂଟନ ସୁନ୍ଦର ପୁଣେରେ ଭାରତୀୟ ଦଳରେ ଯୋଗ ଦେବେ । ପୂର୍ବରୁ ଭାରତୀୟ ଦଳରେ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଭଳି ଅଭିଜ୍ଞ ଅଲରାଉଣ୍ଡର ରହିଛନ୍ତି । ତେଣୁ ଚତୁର୍ଥ ଅଲରାଉଣ୍ଡର ଭାବେ ସୁନ୍ଦରଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ୨୪ ଅକ୍ଟୋବରରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ ।

ଓ୍ୱାଶିଂଟନ ସୁନ୍ଦର ଟି୨୦ ଏବଂ ଦିନିକିଆ ଟିମରେ ସାମିଲ ରହିଥାନ୍ତି । କିନ୍ତୁ ପାଖାପାଖି ୩ ବର୍ଷ ପରେ ଭାରତୀୟ ଟେଷ୍ଟ ଟିମରୁ ଫେରିଛନ୍ତି । ୨୦୨୧ ପରେ ପୁଣିଥରେ ଭାରତୀୟ ଟେଷ୍ଟ ଟିମ ସହିତ ଖେଳିବେ ଓ୍ୱାଶିଂଟନ ସୁନ୍ଦର । ୨୦୨୧ରେ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ୍ୱାଂଶିଟନ ସୁନ୍ଦର ।

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡ:-

ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧୃବ ଜୁରଲେ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା (ଉପଅଧିନାୟକ), ମହମ୍ମଦ ସିରାଜ, ଆକାଶ ଦୀପ ଓ ୱାଶିଂଟନ ସୁନ୍ଦର ।

Related Articles

Leave a Reply

Your email address will not be published. Required fields are marked *

Back to top button