ଦେଶ ବିଦେଶ

ଅରୁଣ କୁମାର ସାହୁ ବୁଲଗେରିଆ ରାଷ୍ଟ୍ରଦୂତ ନିଯୁକ୍ତ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ସାହୁ (ଆଇଏଫ୍‌ଏସ୍‌: ୧୯୯୬ ବ୍ୟାଚ୍‌)ଙ୍କୁ ବୁଲଗେରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେିଆଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟ କରାଯାଇଛି। ସେ ଖୁବ୍‌ ଶୀଘ୍ର ନିଜର ଦାୟିତ୍ବ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଅରୁଣ କୁମାର ସାହୁ ଓଡ଼ିଶା ଦେବଗଡ଼ର ବାସିନ୍ଦା।

ସମ୍ଭଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଓ ରେଭେନ୍‌ସା କଲେଜିଏଟ୍‌ ସ୍କୁଲରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶେଷ କରିବା ପରେ ରେଭେନ୍‌ସା କଲେଜରୁ ସ୍ନାତକ ଶିକ୍ଷାଲାଭ କରିଥିଲେ। ଏହାପରେ ଜେଏନ୍‌ୟୁ ଓ ଲଣ୍ଡନସ୍ଥିତ କିଙ୍ଗ୍‌ସ କଲେଜରୁ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ। ଜାନୁଆରି ୨୦୦୨ରୁ ଜୁଲାଇ ୨୦୦୪, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନୂଆଦିଲ୍ଲୀ କାର୍ଯ୍ୟାଳୟର ଚୀନ ବିଭାଗରେ ସେ ଅଣ୍ଡର ସେକ୍ରେଟାରି ଭାବେ କାର୍ଯ୍ୟ କରିଛନ୍ତି। ବେଜିଂ, ଲଣ୍ଡନ ଓ ତେହେରାନ୍‌ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇଛନ୍ତି। ସେପ୍ଟେମ୍ବର ୨୦୨୨ରୁ ସେ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦାୟିତ୍ବ ତୁଲାଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button