ଦେଶ ବିଦେଶ

ଚତୁର୍ଥୀ ଦିନ ବଚନ ଭାଙ୍ଗିଲା କନ୍ୟା, ବୟଫ୍ରେଣ୍ଡ୍ ସହ ସ୍ତ୍ରୀକୁ ଅସଞ୍ଜତ ଅବସ୍ଥାରେ ଧରିଲା ସ୍ୱାମୀ, ଆଉ ତାପରେ…

ଧୂମଧାମରେ ବିବାହ କରିବା ପରେ ଚଉଠି ରାତିକୁ ନେଇ ଅନେକ ପ୍ରକାର ସ୍ୱପ୍ନ ଦେଖିଥିଲା ବର। କିନ୍ତୁ, ସେ ସବୁ ସ୍ୱପ୍ନ ସତ ହେବା ପୂର୍ବରୁ ସବୁକିଛି ଧୂଳିସାତ୍ ହୋଇଗଲା। ଚଉଠି ରାତିରେ ନିଜ ପ୍ରେମିକ ସହିତ ଶୋଇଲା ଧୋକାବାଜ୍ ସ୍ତ୍ରୀ। ଇନ୍ଦୋର୍ ସହରରେ ଏଭଳି ହିଁ ଏକ ଘଟଣା ଘଟିଥିବା ବେଳେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Marriage

ମିଳିଥିବା ସୂଚନା ଅନୁଯାଇ ରାଜା ନାମକ ଏହି ଯୁବକ ଜଣକ ଧୂମଧାମରେ ବିବାହ କରିଥିଲେ। ଚଉଠି ରାତିକୁ ସ୍ମରଣୀୟ କରିବା ପାଇଁ ସେ ସମସ୍ତ ପ୍ରକାର ଆୟୋଜନ ମଧ୍ୟ କରି ସାରିଥିଲେ। କିନ୍ତୁ, ପିରିୟଡ୍ସ ହୋଇଥିବା କହି ନବ ବିବାହିତା ଯୁବତୀ ଜଣକ ନିଜକୁ ରାଜାଙ୍କ ଠାରୁ ଦୂରେଇ ରଖିଥିଲେ। ତେବେ, ଚଉଠି ରାତିରେ ସବୁ କିଛି ବଦଳି ଯାଇଥିଲା।

Eloped

ସେହିଦିନ ରାତିରେ ରାଜାଙ୍କର ନିଦ ଭାଙ୍ଗିବା ବେଳକୁ ସେ ନିଜ ସ୍ତ୍ରୀକୁ ପାଖରେ ଦେଖିବାକୁ ପାଇନଥିଲେ। ପାଖ ରୁମରୁ କିଛି ଶବ୍ଦ ଶୁଣି ସେଠାକୁ ଯିବା ବେଳକୁ ସ୍ତ୍ରୀ ନିଜ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖୁଥିବା ଦେଖିବାକୁ ପାଇଥିଲେ ରାଜା। ଘରର ସମସ୍ତ ସଦସ୍ୟଙ୍କୁ ଡାକିବା ବେଳକୁ ଲୁଟେରା ସ୍ତ୍ରୀ ଟଙ୍କା ଏବଂ ସୁନା ଅଳଙ୍କାର ନେଇ ପ୍ରେମିକ ସହିତ ଛୁ ମାରିଥିଲା। ବର୍ତ୍ତମାନ ମଧ୍ୟସ୍ତି ସମେତ ଯୁବତୀ ଏବଂ ତାଙ୍କ ବାପଘର ଲୋକଙ୍କର ମଧ୍ୟ ପତ୍ତା ମିଳୁନଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button