ତକିଆ ତଳେ ରଖି ଦିଅନ୍ତୁ ଏହି ଚମତ୍କାରୀ ପତ୍ର, ଦେଖିବେ ସବୁ ମନସ୍କାମନା ହେବ ପୂରଣ (Peepal Leaf Manifest)

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଯଦି ଆପଣଙ୍କ ଜନ୍ମ କୁଣ୍ଡଳୀରେ ପିତୃ ଦୋଷ ରହିଛି, ଚାକିରିରେ ସମସ୍ଯା ରହିଛି । ଘର ପରିବାରରେ କୌଣସି ବିବାଦ ଦେଖା ଯାଉଛି, ପିତୃ ଦୋଷ କାରଣରୁ କୌଣସି ଅକାର୍ଯ୍ୟ ଆଗେଇ ପାରୁ ନାହି, ଭଲ ଭାବେ ରହିପାରୁ ନାହାନ୍ତି, ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ କ୍ଷତି ହେଉଛି ତାହାର ସମାଧାନ ହୋଇ ପାରିବ । ଏହି କ୍ରିୟା ମାଧ୍ୟମରେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ସହ ପିତୃ ଦୋଷ ଦୂର ହୋଇ ପାରିବ । ଏହା ଏକ ସୂକ୍ଷ୍ମ ଓ ଆଧ୍ୟାତ୍ମିକ ପ୍ରୟୋଗ ଅଟେ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ଏହି ପ୍ରୟୋଗ କରିବା ପାଇଁ ଆପଣ ଅଶ୍ବସ୍ତ ଗଛ ବା ଯାହାକୁ ପିପଲ ଗଛ କୁହାଯାଏ ତାର ପତ୍ର ଆବଶ୍ୟକ ଅଟେ । ଯେ କୌଣସି ଶୁକ୍ଲ ପକ୍ଷର ପ୍ରଥମ ତିଥିରେ ଆରମ୍ଭ କରି ଶୁକ୍ଲ ପକ୍ଷର ଅନ୍ତିମ ତିଥି ଯାଏଁ ଏହାକୁ କରି ପାରିବେ । ଆପଣଙ୍କର ଗୋଟେ ମାସରେ ଦୁଇଟି ପକ୍ଷ ରହିଥାଏ ଯଥା ଅନ୍ଧାର ପକ୍ଷ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏଁ ରହିଥାଏ ଯେଉଁଠି ଚନ୍ଦ୍ରମା ଛୋଟ ହୋଇ କ୍ରମଶ ଅନ୍ଧାରରେ ପରିଣତ ହୋଇଥାଏ ଯାହାକୁ କୃଷ୍ଣ ପକ୍ଷ କୁହାଯାଏ । ଅନ୍ୟଟି ହେଉଛି ଅମାବାସ୍ୟା ପାଖରୁ ଚନ୍ଦ୍ରମା ଧୀରେ ଧୀରେ ବଢି ପୂର୍ଣ୍ଣିମା ଯାଏଁ ଯାଇଥାଏ ଯାହାକୁ ଶୁକ୍ଳ ପକ୍ଷ କୁହାଯାଏ ।
ଏହି କ୍ରିୟାକୁ ଆପଣ ଶୁକ୍ଳ ପକ୍ଷର ଆରମ୍ଭରେ କରିବାକୁ ହେବ । ଏହି କ୍ରିୟା ଆରମ୍ଭ କରିବା ପୂର୍ବରୁ ସ୍ନାନ କରିବା ପରେ ସୂର୍ଯ୍ୟ ଉଦୟ ହେବ ସମୟରେ ଓସ୍ତ ଗଛ ପାଖକୁ ଯାଇ ସେଠାରେ ନିଜ ମନ କଥା ଜଣାଇବେ । ନିଜର ଦୁଖ ବା ଅସୁବିଧା କଥା ଗଛ ଆଗରେ ମାନେ ମାନେ କହିବେ । କାରଣ ଏହି ଗଛରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ବାସ ରହିଥାଏ । ଏହା ପରେ ଅଶ୍ବସ୍ତ ଗଛର ଏକ ପତ୍ର ଛିଡାନ୍ତୁ । ଧଳା ସୂତାକୁ ଏହି ଗଛରେ ବାନ୍ଧି ସରାଇବା ପରେ କୋମଳ ବ ଅକ୍ଷତ ପତ୍ର ଛିଡାଇ ଆଣି ଘରେ ସୁଧ ଜଳରେ ଧୋଇ ଦିଅନ୍ତୁ ।
ରାତିରେ ସୟନ କରିବା ପୂର୍ବରୁ ନିଜର ଦୁଇ ହାତକୁ ନମସ୍କାର ମୁଡାରେ ରଖିବା ସହ ଅଶ୍ବସ୍ତ ଗଛର ପତ୍ରକୁ ରଖିକି ନିଜର ମନ କଥା ବା ଦୁଖ ଝା ଜୀବନରେ ଚାଲିଛି ତାହା ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ । ଏହା ପରେ ପତ୍ରକୁ ନିଜ ତକିଆ ତଳେ ରଖିବା ସମୟରେ ଓମ ଶବ୍ଦ ଅଦୃଶ୍ୟ ଭାବେ ଲେଖିବେ । ଏମିତିକି ତକିଆ ଉପରେ ଓମ ଶବ୍ଦ ୩ ଥର ଲେଖନ୍ତୁ । ତା ପର ଦିନ ସକାଳୁ ପତ୍ରକୁ ତକିଆ ତଳୁ ବାହାର କରି ସେହି ଗଛ ମୂଳେ ରଖିବା ପରେ ଆଉ ଗୋଟେ ପତ୍ର ନେଇ ଆସିବେ ।
ପୁନବାର ସେହି ପ୍ରକ୍ରିୟାକୁ ୧୫ ଦିନ ଯାଏଁ ଲଗାତାର କରିବେ । ଯେବେ ରବିବାର ଆସିବ ଅଶ୍ଵସ୍ତ ଗଛ ପାଖକୁ ଯିବେ ନାହି । ତେଣୁ ଶନିବାର ଦିନ ଆଉ ଗୋଟେ ପତ୍ର ଆଣି ଜଳପୂର୍ଣ୍ଣ ପାତ୍ରରେ ପକାଇ ରଖୀ ଏହି ପରକ୍ରିୟା କରିପାରିବେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।