ଦେଶ ବିଦେଶ

ମଣିପୁରରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ, ଗୁଳିବିନିମୟରେ ଗୋଟିଏ ଗାଁରେ ୧୩ ମୃତ – Utkal Mail



ଇମ୍ଫାଲ୍: ପୁଣି ଅଶାନ୍ତ ହେଲା ମଣିପୁର। ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡି ଯାଇଛି। ଇଣ୍ଟରନେଟ୍‌ ସେବା ଉପରୁ ବ୍ୟାନ୍‌ ହଟିବା ପରେ ପୁଣିଥରେ ହିଂସା ଦେଖାଦେଇଛି । ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ ଉଭୟ ପକ୍ଷରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

ଆଜି ମଧ୍ୟାହ୍ନରେ ଏହି ସଂଘର୍ଷ ଘଟିଛି। ମଣିପୁରର ଟେଙ୍ଗନୋପାଲ ଜିଲ୍ଲା ସାଇବେଲ ନିକଟ ଲେଟୁଥି ଗାଁରେ ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଗୁଳିବିନିୟ ହୋଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା ବ୍ୟାନ୍‌ ହଟିବା ପରେ ହିଂସା ଘଟିଛି।

ଘଟଣାସ୍ଥଳରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ନିକଟରୁ କୌଣସି ମାରଣାସ୍ତ୍ର ବା ହତିଆର ଜବତ ହୋଇନାହିଁ। ତେବେ ସମେସ୍ତ ସ୍ଥାନୀୟ ଅଞ୍ଚଳର ହୋଇନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ଅନ୍ୟ କୌଣସି ଅଞ୍ଚଳରୁ ଆସିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସାଂପ୍ରଦାୟିକ ହିଂସା ମଧ୍ୟରେ ସେବାରୁ ପୁଣି ଆରମ୍ଭ କରାଯାଇଛି । ଡିସେମ୍ବର ୧୮ଯାଏ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ ହୋଇଛି । କିଛି ଅଞ୍ଚଳକୁ ଛାଡି ପୂରା ରାଜ୍ୟରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯାଇଛି । ଏନେଇ ମଣିପୁର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାକୁ ଛାଡି ପୁରା ରାଜ୍ୟରେ ସେବା ଆରମ୍ଭ ହୋଇଛି ।

କୁକୀ-ମିତେଇ ବିବାଦକୁ ନେଇ ଘଟିଥିଲା ହିଂସାକାଣ୍ଡ । ଗତ ମେ ୩ ତାରିଖରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଥିଲା । ହିଂସାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ହଜାରରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏବେବି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ଅଛନ୍ତି ।




Related Articles

Leave a Reply

Your email address will not be published. Required fields are marked *

Back to top button