ବିଚାର

ଘରେ ଝିଟିପିଟି ରହିଲେ କଣ ହୁଏ ? ଶୁଭ ନା ଅଶୁଭ

ପ୍ରାୟତଃ ପ୍ରତ୍ୟେକ ଲୋକଙ୍କ ଘର ଭିତରେ ଝିଟିପିଟି ରହିଥାଏ ଏବଂ ଲୋକେ ଝିଟିପିଟିକୁ ସାମାନ୍ୟ ଓ ସାଧାରଣ ଜୀବ ବୋଲି ଭାବିଥାନ୍ତି। ଜୀବଜନ୍ତୁ ଏବଂ ମନୁଷ୍ୟ ମଧ୍ୟରେ ପ୍ରକୃତିର ଏକ ଅଲଗା ସମ୍ପର୍କ ରହିଥାଏ।ଶାସ୍ତ୍ର ଅନୁସାରେ, ଝିଟିପିଟିକୁ ବହୁତ ଖାସ ଜୀବ ବୋଲି ମାନାଯାଇଛି।ଏହାସହିତ ଝିଟିପିଟିକୁ ଦେଖିବା ଏବଂ ଏହା ଶୁଭ ବା ଅଶୁଭ ବିଷୟରେ ଶାସ୍ତ୍ରରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଜାଣିବା ସେହି ବିଷୟରେ –

– ଯଦି ଆପଣ ଦୀପାବଳି ଦିନ ଝିଟିପିଟିକୁ ଦେଖନ୍ତି ବା ଝିଟିପିଟି ଆପଣଙ୍କ ଉପରେ ପଡିଯାଇଥାଏ, ତାହେଲେ ନିଶ୍ଚିତ ଭାବରେ ବର୍ଷସାରା ଆପଣଙ୍କ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇବ।ଝିଟିପିଟି ଦେହ ଉପରେ ପଡ଼ିବା ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ଦେଇଥାଏ। ଆପଣ ଘର ସଫେଇ କରିବା ସମୟରେ ମରିଯାଇଥିବା ଝିଟିପିଟି ଦେଖିଲେ, ଏହାକୁ ଅଶୁଭ ବୋଲି ମାନାଯାଇଥାଏ।

– ଆପଣ ଖାଦ୍ୟ ଖାଉଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣନ୍ତି, ତାହେଲେ ଏହା ଶୁଭ ମାନା ଯାଇଥାଏ। ଆପଣଙ୍କୁ ଜୀବନରେ ହଠାତ ଧନ ପ୍ରାପ୍ତି ହେବା ସହିତ ସବୁ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି।

– ଯଦି ହଠାତ ଆପଣ କୌଣସି ଝିଟିପିଟିର ମିଳନ ଦେଖୁଛନ୍ତି, ତାହେଲେ ଆପଣଙ୍କର ବହୁତ ଦିନ ପରେ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହେବାର ସମ୍ଭାବନା ରହିଛି।

– ଯଦି ଆପଣ ନିଜ ସ୍ଵପ୍ନରେ ଝିଟିପିଟି ମରିବାର ଦେଖନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କ ଜୀବନରେ କୌଣସି ବଡ ସଙ୍କଟ ଆସିବାକୁ ଯାଉଛି।

– ଆପଣ ଘରୁ ବାହାରିବା ସମୟରେ ଯଦି ଆପଣଙ୍କ ମୁଣ୍ଡ ଅଥବା ହାତ ଉପରେ ଝିଟିପିଟି ପଡିଯାଏ, ତାହେଲେ ବୁଝି ଯାଆନ୍ତୁ ଯେ ଏହା ଶୁଭ ସଂକେତ ଅଟେ। ଏହାସହିତ ଆପଣ ଭବିଷ୍ୟତରେ ସଫଳତାର ଶୀର୍ଷରେ ପହଞ୍ଚିବେ ଏବଂ ଆପଣଙ୍କର ମାନସମ୍ମାନ, ପ୍ରତିଷ୍ଠା ବୃଦ୍ଧି ପାଇବ।

– ଯଦି ଖାଦ୍ୟ ଖାଇବା ସମୟରେ ଆପଣ ଝିଟିପିଟି ଦେଖନ୍ତି,ତାହେଲେ ବୁଝି ନିଅନ୍ତୁ ଯେ, ଭବିଷ୍ୟତ ଆପଣଙ୍କ ପାଇଁ ଉଜ୍ଵଳମୟ ହେବାକୁ ଯାଉଛି ଏବଂ ସୁଖଦ ସମାଚାର ପାଇ ପାରନ୍ତି।

– ଆପଣ ଖାଦ୍ୟ ଖାଇବା ସମୟରେ ଯଦି ଆପଣଙ୍କ ଖାଦ୍ୟରେ ଗୋଟେ ପଡିଯାଏ, ତାହେଲେ ବୁଝି ନିଅନ୍ତୁ ଯେ ଭବିଷ୍ୟତ ଆପଣଙ୍କୁ କୌଣସି ରୋଗ ଗ୍ରାସ କରିପାରେ।

– ଆପଣ କୌଣସି ବିଷୟକୁ ନେଇ ନିଜ ଘରେ ପରସ୍ପର ସହିତ ଆଲୋଚନା କରିବା ସମୟରେ ଯଦି ଝିଟିପିଟି ଶବ୍ଦ କରେ, ତାହେଲେ ବୁଝି ନିଅନ୍ତୁ ଯେ ଆପଣ ଆଲୋଚନା କରୁଥିବା କଥାଟି ସଂପୂର୍ଣ୍ଣ ସତ ଅଟେ।

– ଯଦି ଆପଣଙ୍କ ମଥା ଉପରେ ଝିଟିପିଟି ପଡେ, ତାହେଲେ ବୁଝି ନିଅନ୍ତୁ ଯେ ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ। ଝିଟିପିଟି ଆପଣଙ୍କ ଘରେ କୌଣସି ପୋକ କୁ ଖାଉଥିବାର ଯଦି ଆପଣ ଦେଖୁଛନ୍ତି ,ତାହେଲେ ଜାଣି ରଖନ୍ତୁ ଯେ ଆପଣଙ୍କର ବିଭିନ୍ନ ଉପାୟରେ ଧନହାନୀ ହେବାର ସମ୍ଭାବନା ରହିଛି। ଆପଣ ମାନଙ୍କୁ ଏହି ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button