ସ୍ୱାସ୍ଥ୍ୟ

କିଡନୀ ରୋଗୀଙ୍କ ପାଇଁ କୋଳଥ ଡାଲି ର ଚମକ୍ତରୀ ଉପକାରିତା ବିଷୟରେ ଜାଣନ୍ତୁ

କୋଳଥ ଡାଲି ଜାତୀୟ ଏକ ଶସ୍ୟ ଯାହାର ଉପକାରିତା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ତେବେ ଆଜି ଆମେ ଜାଣିବା କୋଳଥ ଡାଲିର ଉପକାରିତା ବାବଦରେ।୧. ଯଦି ଆପଣଙ୍କ କିଡନୀ ଷ୍ଟୋନ ହୋଇଛି ତେବେ କୋଳଥର ବ୍ୟବହାର ନିଶ୍ଚିତ ଭାବେ କରନ୍ତୁ। କୋଳଥ ଡାଲି କିଡନୀ ଷ୍ଟୋନ ରୋଗୀଙ୍କ ପାଇଁ ବହୁ ଚମତ୍କାରୀ ଔଷଧ ଅଟେ। ଯେଉଁ ମାନଙ୍କ କିଡନୀରେ ଷ୍ଟୋନ ରହିଛି ସେମାନେ ଏହାର ସେବନ କରିବା ଦ୍ୱାରା ଷ୍ଟୋନ ଖଣ୍ଡ ଖଣ୍ଡ କରି ଭାଙ୍ଗିବାରେ ସହକାୟ କରିଥାଏ। ଏହି ଛୋଟ ଛୋଟ ଷ୍ଟୋନ ପରିସ୍ରା ବାଟେ ବାହାରି ଯାଇଥାଏ ଏହା ସହିତ ଆପଣ ଯଦି କୋଳଥ ଡାଲିର ସେବନ କରୁଛନ୍ତି ତେବେ ଆପଣଙ୍କୁ କେବେ ହେଲେ କିଡନୀରେ ଷ୍ଟୋନ ହେବାର ଭୟ ନଥାଏ।

କିଡନୀରେ ଯେଉଁ ଷ୍ଟୋନ ହୋଇଥାଏ ତାହା କ୍ୟାଲସିୟମ ଫସଫେଟ୍ ଜମାଟ ବାନ୍ଧିବା କାରଣରୁ ହୋଇଥାଏ। କିନ୍ତୁ କୋଳଥ ଡାଲିରେ ଏଭଳି ତତ୍ତ୍ୱ ରହିଥାଏ ଯାହା କିଡନୀ କ୍ୟାଲସିୟମ ଫସଫେଟ୍ ଜମାଟ ବାନ୍ଧିବା ପାଇଁ ଦେଇ ନଥାଏ। ତେଣୁ ଏହା କିଡନୀରେ ଷ୍ଟୋନ ହେବାକୁ ନ ଦେଇ ପରିଶ୍ରା ବାଟେ ବାହାର କରି ଦେଇଥାଏ। ତେଣୁ ଆପଣ ଯଦି କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଗୋଟିଏ ମୁଠା ଡାଲିକୁ ରାତିସାରା ପାଣିରେ ଭେଦାଇ ରଖନ୍ତୁ। ସକାଳୁ ତାକୁ ଗରମ୍ କରି ସେଥିରେ ଲୁଣ ଜିରା ପାଉଡର ମିଶାଇ ସୁପ୍ ଭାବେ ପିଇ ପାରିବେ। ଏବଂ ଆପଣ କୋଳଥ ଡାଲିକୁ ସୁପ କରି ମଧ୍ୟ ପିଇ ପାରିବେ।
୨. ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ କୋଳଥ ଡାଲି। ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ଏହା ବ୍ୟତୀତ ପ୍ରୋଟିନ ମଧ୍ୟ ରହିଥାଏତେଣୁ ଆପଣ ସକାଳେ ବ୍ରେକଫାଷ୍ଟରେ ଏହାକୁ ସାମିଲ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ବହୁତ୍ ସମୟ ଧରି ଭୋକ ଲାଗିବ ନାହିଁ ଆଉ ଆଉ ଆପଣ ଅଧିକ ଖାଦ୍ୟ ଖାଇବାରୁ ବଞ୍ଚିତ୍ ରହିବେ। ଯାହା ଦ୍ଵାରା ଆପଣଙ୍କ ଓଜନ ମଧ୍ୟ ହ୍ରାସ ପାଇବ।
୩. ଯଦି ଆପଣଙ୍କ ପିରିୟଡ଼ ଚାଲିଥିବା ସମୟରେ ଅତ୍ୟଧିକ ବ୍ଲିଡ଼ିଂ ହେଉଛି ତେବେ ଆପଣ କୋଳଥ ଡାଲିର ସେବନ କରି ପାରିବେ। ଏହା ଆପଣଙ୍କ ଶରୀରରେ ହେମଗ୍ଲୋବିନର ମାତ୍ରାକୁ ବଢ଼ାଇ ଥାଏ। ଏଥିରେ ଆଇରନର ପରିମାଣ ଅଧିକ ରହିଥିବାରୁ ଏହା ରକ୍ତହୀନତା ହେବାକୁ ଦେଇ ନଥାଏ।
୪. ଚର୍ମ ରୋଗ ମଧ୍ୟ ଦୂର କରିଥାଏ କୋଳଥ ଡାଲି। ଯଦି ଆପଣଙ୍କ ଚର୍ମ ରୋଗ ରହିଛି ତେବେ କୋଳଥ ଡାଲିର ପେଷ୍ଟ ବନାଇ ଆପଣ ସ୍କିନ୍ ଉପରେ ଲଗାଇ ପାରିବେ।
୫. ଏହା ଲିଭରକୁ ମଧ୍ୟ ସୁରକ୍ଷିତ ରଖିଥାଏ। ଆପଣ କୋଳଥ ଡାଲିକୁ ଗଜା କରି ଖାଆନ୍ତୁ ସେମିତି ବତୁରାଇ ମଧ୍ୟ ଖାଇ ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button