ଦେଶ ବିଦେଶ

ବାପା-ମା’ଙ୍କ ଚାପ ଛାତ୍ର ଆତ୍ମହତ୍ୟାର ଅନ୍ୟତମ କାରଣ-ସୁପ୍ରିମକୋର୍ଟ – Utkal Mail



ନୂଆଦିଲ୍ଲୀ:ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ଏକ ଚିନ୍ତାର କାରଣ ହୋଇଛି । ବିଶେଷକରି ଛାତ୍ର ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହି ପରିପ୍ରେକ୍ଷୀରେ  ଉଚ୍ଚତମ ନ୍ୟାୟାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେମାନଙ୍କ ମାତାପିତା ହେଉଛନ୍ତି ଅନ୍ୟତମ କାରଣ । ପାଠପଢାରେ ହେଉଥିବା ପ୍ରତିଯୋଗିତା ଏବଂ ବାପା-ମା’ଙ୍କ ଚାପ ପାଇଁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରୁଛନ୍ତି । ଦେଶରେ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଖୋଲିଥିବା କୋଚିଂ ସେଣ୍ଟର ଉପରେ ନିୟନ୍ତ୍ରଣ ଆଣିବା ଲାଗି ହୋଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିବା ସହ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଜଷ୍ଟିସ ସଞ୍ଜୀବ ଖନ୍ନାଏବଂ ଜଷ୍ଟିସ ଏମ ବି ଏନ ଭଟ୍ଟୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ଅସହାୟତା ପ୍ରକାଶ କରି ପରିସ୍ଥିତି ସେମାନେ ଜାଣିଥିଲେ ବିଦେଶ ଦେଇପାରିବେ ନାହିଁ ବୋଲି କହିଥିଲେ  । ଖଣ୍ଡପୀଠ ଆହୁରି କହିଥିଲେ,  ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ଉପରେ ସେମାନଙ୍କର ପିତାମାତା ଅଧିକ ଚାପ ପକାଉଛନ୍ତି। ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେବେ  କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ମତ ଦେଇ କୋର୍ଟ କହିଥିଲେ, ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇହେବ ନାହିଁ। ଏଥିପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବାକୁ ପଡିବ ।

ସୂଚନାଥାଉ କି, ମୁମ୍ବାଇର ଅନିରୁଦ୍ଧ ନାରାୟଣ ମାଲପାନି ନାମକ ଜଣେ ଡାକ୍ତର ପିଟିସନ ଦାଖଲ କରି କହିଥିଲେ, ଦେଶରେ ଛତୁ ଫୁଟିବା ଭଳି କୋଚିଂ ସେଣ୍ଟର ଗଢ଼ି ଉଠୁଛି। ଏହି କୋଚିଂ ସେଣ୍ଟର ଯୋଗୁଁ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହାର ଶୁଣାଣି କରି ଖଣ୍ଡପୀଠ କହିଥିଲେ,   ଯଦିଓ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଚାହାନ୍ତି ଯେ କୋଚିଂ ସେଣ୍ଟର ନ ରହୁ, କିନ୍ତୁ  ପ୍ରତିଯୋଗିତା ଏତେ ତୀବ୍ର ହେଉଛି ଯେ ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ୟ‌ କୌଣସି ବିକଳ୍ପ ରହୁନାହିଁ। ସେମାନେ କୋଚିଂ ସେଣ୍ଟର ଯିବାକୁ ବାଧ୍ୟ ହେଉଛନ୍ତି।  ପିଟିସନରେ ଆବେଦନକାରୀ ଆହୁରି ଦର୍ଶାଇଥିଲେ,  ଆଇଆଇଟି-ଜେଇଇ ଏବଂ ନିଟ୍ ପାଇଁ ଦେଶରେ ଥିବା କୋଚିଂ କାରଖାନାଗୁଡ଼ିକ ପିଲାମାନଙ୍କ ଘରଠାରୁ ବହୁ ଦୂରରେ ରହୁଛନ୍ତି।  ଏସବୁ ସ୍ଥାନରେ ୧୪ ବର୍ଷ ବୟସର ପିଲାଙ୍କୁ ହଠାତ୍‌ ଛାଡ଼ି ଦିଆଯାଉଛି। ମାନସିକ ସ୍ତରରେ ପ୍ରସ୍ତୁତ ନଥାଇ ଏକ କଠିନ ପ୍ରତିଯୋଗିତାମୂଳକ ପରିବେଶରେ ଘରଠାରୁ ଦୂରରେ ପିଲା ରହୁଛି। ଏପଟେ କୋଚିଂ ସେଣ୍ଟରଗୁଡିକ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି  ଧ୍ୟାନ ନଦେଇ କେବଳ ଟଙ୍କା ଛାଣିବା ଚକ୍କରରେ ରହୁଥିବାରୁ ଦେଶର ପିଲାମାନେ ଚାପରେ ଆତ୍ମହତ୍ୟା କରୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button