ଦେଶ ବିଦେଶ

ଭାରତରେ ପିଏମ୍ ୨.୫ ପ୍ରଦୂଷଣ ଯୋଗୁ ବର୍ଷକୁ ୧.୫ ନିୟୁତ ମୃତ୍ୟୁ

ନୂଆଦିଲ୍ଲୀ: ଜଳବାୟୁ, ସ୍ୱାସ୍ଥ୍ୟ ଓ ବାୟୁ ପ୍ରଦୂଷଣ ଗବେଷଣା ସଙ୍ଗଠନ (ଚେୟାର-ଇଣ୍ଡିଆ)ର ଏକ ନୂତନ ଅଧ୍ୟୟନ ଅନୁଯାୟୀ ପିଏମ୍ ୨.୫ ଜନିତ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ବାର୍ଷିକ ୧.୫ ନିୟୁତ ମୃତ୍ୟୁ ହେଉଛି। ଲାନ୍ସେଟ୍ ପ୍ଲାନେଟାରି ହେଲ୍ଥରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ପ୍ରଦୂଷଣଜନିତ ମୃତ୍ୟୁର ପୂର୍ବ ଆକଳନ ଯଥେଷ୍ଟ କମ୍ ଥିଲା ଏବଂ ପିଏମ୍ ୨.୫ ସ୍ତର ହ୍ରାସ କରିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ କୁହାଯାଇଥିଲା।

ଏକାଡେମିକ ଅନୁଷ୍ଠାନଗୁଡ଼ିକର ବିଶ୍ୱସ୍ତରୀୟ ସଙ୍ଗଠନ ଚେୟାର-ଇଣ୍ଡିଆରେ ଅଶୋକ ବିଶ୍ୱବିଦ୍ୟାଳୟର ସେଣ୍ଟର୍ ଫର୍ ହେଲ୍‌ଥ ଆନାଲିଟିକ୍ସ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେଣ୍ଡସ୍ (ଚାର୍ଟ), କାରୋଲିନସ୍କା ଇନଷ୍ଟିଚ୍ୟୁଟେଟ୍‌ (ସ୍ୱିଡେନ), ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ (ଆମେରିକା) ଓ ବେନ୍-ଗୁରିୟନ ବିଶ୍ୱବିଦ୍ୟାଳୟ (ଇସ୍ରାଏଲ) ଭଳି ପ୍ରମୁଖ ଯୋଗଦାନକାରୀ ରହିଛନ୍ତି। ସେମାନଙ୍କ ଦ୍ବାରା କରାଯାଇଥିବା ଏହି ଅଧ୍ୟୟନରେ ଭାରତର ୧୦୫୬ଟି ସ୍ଥାନରେ ପିଏମ୍ ୨.୫ର ସାନ୍ଦ୍ରତା ଆକଳନ କରିବା ପାଇଁ ଏକ ମେସିନ୍ ଲର୍ଣ୍ଣିଂ ଆଧାରିତ ସ୍ପେଟିଓ-ଟେମ୍ପରାଲ ମଡେଲ ବ୍ୟବହାର କରାଯାଇଥିଲା। ଏହାପରେ ୨୦୦୯ରୁ ୨୦୧୯ ମଧ୍ୟରେ ଜିଲ୍ଲାସ୍ତରୀୟ ମୃତ୍ୟୁ ସଂଖ୍ୟା ସହ ଏହାକୁ ଯୋଡ଼ା ଯାଇଥିଲା। ପିଏମ୍ ୨.୫ ସୂକ୍ଷ୍ମ କଣିକା ପଦାର୍ଥକୁ ବୁଝାଏ ଯାହାର ବ୍ୟାସ ୨.୫ ମାଇକ୍ରୋମିଟର ବା ଛୋଟ ହୋଇଥାଏ। ଧୂଳି, ଝୁଲ, ଧୂଆଁ ଓ ତରଳ କ୍ଷୁଦ୍ର ବୁନ୍ଦାକୁ ନେଇ ଗଠିତ ଏହି କଣିକାଗୁଡ଼ିକ ଫୁସ୍‌ଫୁସ୍‌ ଓ ରକ୍ତ ପ୍ରବାହରେ ପ୍ରବେଶ କରିପାରେ, ଯାହା ଫଳରେ ଶ୍ୱାସକ୍ରିୟା ଓ ହୃଦ୍‌ଜନିତ ସମସ୍ୟା, ଫୁସଫୁସ୍ କର୍କଟ, ଆଜମା ପ୍ରଭୃତି ରୋଗ ହୋଇପାରେ।

ପିଏମ୍ ୨.୫ର ଉତ୍ସ ମଧ୍ୟରେ ଯାନବାହନ ନିର୍ଗମନ, ଶିଳ୍ପ କାର୍ଯ୍ୟକଳାପ, ଫସଲ କ୍ଷେତରେ ଅନାବଶ୍ୟକ ନଡ଼ା ପୋଡ଼ିବା ଓ ଧୂଳି ଝଡ଼ ଭଳି ପ୍ରାକୃତିକ ଘଟଣା ଅନ୍ତର୍ଭୁକ୍ତ। ପ୍ରଦୂଷଣ ପାଇଁ ଦିଲ୍ଲୀ ଖବରର ଶୀର୍ଷକ ପାଲଟିପାରେ, କିନ୍ତୁ ଏହା ସମଗ୍ର ଭାରତର ସମସ୍ୟା। ହାର୍ଭାର୍ଡ ଟିଏଚ୍ ଚାନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥର ପ୍ରଫେସର ତଥା ଚେୟାର-ଇଣ୍ଡିଆ କନସୋର୍ଟିୟମ୍‌ର ଆମେରିକାର ମୁଖ୍ୟ ଅନୁସନ୍ଧାନକାରୀ ଜୋଏଲ୍ ସ୍ୱାର୍ଟଜ୍ କହିଛନ୍ତି, ଏଥିପାଇଁ ଦେଶବ୍ୟାପୀ ପ୍ରୟାସର ଆବଶ୍ୟକତା ରହିଛି। ଗବେଷଣାରେ ଏହା ମଧ୍ୟ ଦର୍ଶାଯାଇଛି ଯେ କମ୍ ପିଏମ୍ ୨.୫ ସାନ୍ଦ୍ରତାରେ ବି ମୃତ୍ୟୁହାରର ବିପଦ ରହିଛି, ଯାହା ଅପେକ୍ଷାକୃତ କମ୍ ପ୍ରଦୂଷିତ ଅଞ୍ଚଳରେ ମଧ୍ୟ ହସ୍ତକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ପ୍ରତି ଘନମିଟରରେ ପିଏମ୍ ୨.୫ରେ ୧୦ ମାଇକ୍ରୋଗ୍ରାମ୍ ବୃଦ୍ଧି ମୃତ୍ୟୁ ଆଶଙ୍କା ୮.୬ ପ୍ରତିଶତ ବୃଦ୍ଧି ସହ ଜଡ଼ିତ। ୨୦୦୯ରୁ ୨୦୧୯ ମଧ୍ୟରେ ବାର୍ଷିକ ମୃତ୍ୟୁର ୨୫ ପ୍ରତିଶତ (୧.୫ ନିୟୁତ) ହୁ ସୀମାଠାରୁ ଅଧିକ ପିଏମ୍ ୨.୫ ସ୍ତର ବୃଦ୍ଧି ଯୋଗୁଁ ହୋଇଥିଲା।

latest news
11aammznxpa post image
ସରକାରୀ ଚାକିରୀ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
Mid-day post image
ପୁଲିସ୍‌ ମୋ ‘ବେଡ୍‌ରୁମ୍‌’ରେ ପଶି ମୋତେ ଗିରଫ କରିଛି
ase post image
ପ୍ରଶାସନ ଭାଙ୍ଗିଲା ବ୍ୟାଙ୍କ ଶିଢ଼ି, ଜେସିବି ସାହାଯ୍ୟରେ କର୍ମଚାରୀ ହେଲେ ଉଦ୍ଧାର
WhatsApp Image 2024-12-13 at 1.54.20 PM (1) post image
ମଶାତେଲ-ବ୍ଲିଚିଙ୍ଗ ପାଉଡର କିଣା ଦୁର୍ନୀତି: ୩ପୌର କର୍ମଚାରୀ ଅଟକ
modi post image
ପ୍ରୟାଗରାଜରେ ୫ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୋଦୀ

Related Articles

Leave a Reply

Your email address will not be published. Required fields are marked *

Back to top button