ଦେଶ ବିଦେଶ

“ସ୍ବାଗତମ୍ ବନ୍ଧୁ !” ଚନ୍ଦ୍ରଯାନ-୩କୁ କହିଲା ଚନ୍ଦ୍ରଯାନ-୨ର ଅର୍ବିଟର୍ – Utkal Mail


ବାଙ୍ଗାଲୋର: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ରଯାନ-୨ର ଅର୍ବିଟର ସହ ଯୋଗାଯୋଗ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ଏହି ସୂଚନା ଦେଇଛି।

ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ଲେଖାଯାଇଛି ଯେ, ‘ସ୍ୱାଗତମ୍ ବନ୍ଧୁ… ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଛି ଚନ୍ଦ୍ରଯାନ-୨ ଅର୍ବିଟର । ଏବେ ଦୁହିଁଙ୍କ ମଧ୍ୟରେ ଦୁଇପଟୁ ଯୋଗାଯୋଗ ସ୍ଥାପନ ହୋଇଛି। ଏହାଫଳରେ ବେଙ୍ଗାଲୁରୁସ୍ଥିତ ମିସନ ଅପରେସନ କପ୍ଲେକ୍ସ (ଏମଓଏକ୍ସ) ପାଖର ଲ୍ୟାଣ୍ଡର ମଡ୍ୟୁଲ ସହ ଯୋଗାଯୋଗ କରିବାକୁ ଏକାଧିକ ରାସ୍ତା ଖୋଲିଯାଇଛି ।

 

ଏହା ପୂର୍ବରୁ ଇସ୍ରୋ ଲ୍ୟାଣ୍ଡର ହାଜର୍ଡ ଡିଟେକ୍ସନ ଆଣ୍ଡ ଏଭାଇଡେନ୍ସ କ୍ୟାମେରା (ଏଲଏଚଡିଏସି) ଦ୍ୱାରା କଏଦ ହୋଇଥିବା ଚନ୍ଦ୍ରର ଦୂର ପାର୍ଶ୍ୱର ଫଟୋ ଜାରି କରିଥିଲା । ଇସ୍ରୋର ଅହମ୍ମଦାବାଦସ୍ଥିତ ପ୍ରମୁଖ ଗବେଷଣା ଓ ବିକାଶ କେନ୍ଦ୍ର ମହାକାଶ ଆପ୍ଲିକେସନ୍ ସେଣ୍ଟର (ଏସଏସି) ଦ୍ୱାରା ଏଲଏଚଡିଏସି ବିକଶିତ କରାଯାଇଛି। ଏହି କ୍ୟାମେରା ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଚିହ୍ନଟ କରିବାରେ ସାହାଯ୍ୟ କରେ, ଯେଉଁଠାରେ କୌଣସି ବଡ଼ ପଥର କିମ୍ବା ଗଭୀର ଖାଲ ନ ଥାଏ ।

ସୂଚନାଯୋଗ୍ୟ ଯେ, ଇସ୍ରୋ ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ପଠାଇଥିଲା । କିନ୍ତୁ ଏହାର ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ମୃଦୁ ଅବତରଣ କରିପାରିନଥିଲା ଓ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ ହୋଇଯାଇଥିଲା । ତେବେ ଏହାର ଅର୍ବିଟର୍ ଏବେ ବି ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି ।

 




Related Articles

Leave a Reply

Your email address will not be published. Required fields are marked *

Back to top button