ଓଡିଶା

ଆସନ୍ତା ୧୮ ରେ ପୁଣି ଖୋଲିବ ରତ୍ନଭଣ୍ଡାର

ଆସନ୍ତା ୧୮ ତାରିଖ (ଗୁରୁବାର) ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ସେ କହିଛନ୍ତି, ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ। ଏନେଇ ଶୁଭବେଳା ଧାର୍ଯ୍ୟ ହେଇଛି । ଏଥିଲାଗି ଶୁଭ ସମୟ ହେଉଛି ସକାଳ ୯ଟା ୫୧ରୁ ୧୨ଟା୧୫। ଏହି ସମୟ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ।

ସୂଚନାଅନୁଯାୟୀ , ଆଜି ପୁଣି ଥରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସଦସ୍ୟ ଡାକ୍ତର ସିବିକେ ମହାନ୍ତିଙ୍କ ସମେତ ଅନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଏହାଛଡ଼ା ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ପ୍ରମୁଖ ବି ଯୋଗ ଦେଇଥିଲେ।  ଆଜିର ଏହି ବୈଠକରେ ରତ୍ନଭଣ୍ଡାର ଆଉ କେବେ ଖୋଲିବ ଏବଂ ଏସଓପି ନେଇ ଆଲୋଚନା କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button