ବ୍ୟବସାୟ

ମୋଦୀ ସରକାର ଦେଇପାରନ୍ତି ରାକ୍ଷୀ ଉପହାର: ୨୦୦ ଟଙ୍କା କମିପାରେ ଏଲପିଜି ମୂଲ୍ୟ – Utkal Mail


ନୂଆଦିଲ୍ଲୀ: ଦେଶରେ ଦରବୃଦ୍ଧିକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ ଥିବାବେଳେ ମୋଦୀ ସରକାର ରାକ୍ଷୀପୂର୍ଣ୍ଣିମା ଅବସରରେ ଏଲପିଜି ଉପଭୋକ୍ତାଙ୍କୁ ଉପହାର ଦେବାକୁ ଯାଉଛନ୍ତି। ସୂଚନାନୁସାରେ, ମହଙ୍ଗା ଏଲପିଜି ସିଲିଣ୍ଡରକୁ ନେଇ ବିରୋଧୀଙ୍କ କ୍ରମାଗତ ଟାର୍ଗେଟ ସହ ଆଗାମୀ ଦିନରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିପାରନ୍ତି। ତେବେ ଏହି ସୁବିଧା କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସରକାରଙ୍କ ଉପରେ ୭୫୦୦ କୋଟି ଟଙ୍କାର ବୋଝ ପଡିବ | ଗତ ବର୍ଷ ଯେତେବେଳେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସ ମୂଲ୍ୟରେ ତୀବ୍ର ହ୍ରାସ ଘଟିଥିଲା, ମେ ୨୦୨୨ ରେ ମୋଦୀ ସରକାର ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରିଥିଲେ। ଉଜ୍ଜ୍ଵଳା ଯୋଜନା ଅଧୀନରେ ଗୋଟିଏ ବର୍ଷରେ ୧୨ଟି ସିଲିଣ୍ଡର ରିଫିଲ୍ କରିହେବାକୁ ଥିବାବେଳେ ଏହାକୁ ଏବେ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଏହା ସତ୍ତ୍ୱେ ଯେଉଁମାନେ ଏହି ଯୋଜନା ଅଧୀନରେ ସିଲିଣ୍ଡର ପାଆନ୍ତି ସେମାନେ ୯୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି କାରଣରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କୁ ଆହୁରି ଆଶ୍ବସ୍ତି ଦେବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ଅତିରିକ୍ତ ସବସିଡି ଦେବାକୁ ବିଚାର କରୁଛନ୍ତି। ଉଲ୍ଲେଖ ଥାଉ କି ମେ ୧, ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ଆରମ୍ଭ କରିଥିଲେ। ବର୍ତ୍ତମାନ ୯.୫୮ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀ ଥିବାବେଳେ ଏହି ଯୋଜନା ବ୍ୟତୀତ ସାଧାରଣ ଲୋକଙ୍କୁ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଭରିବା ପାଇଁ ୧୧୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି | ଉଜ୍ଜ୍ଵଳା ଯୋଜନାର ହିତାଧିକାରୀଙ୍କ ବ୍ୟତୀତ ସିଲିଣ୍ଡର ରିଫିଲ କରିବା ପାଇଁ ସେହି ୧୧୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |




Related Articles

Leave a Reply

Your email address will not be published. Required fields are marked *

Back to top button