ମନୋରଞ୍ଜନ

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଜୁନ୍ ୧୨ରୁ ଭୁବନେଶ୍ବରରୁ ଆବୁଧାବିକୁ ଉଡିବ ସିଧାସଳଖ ବିମାନ

ଭୁବନେଶ୍ୱର : ସିଧା ରାଜଧାନୀ ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା ।  ଆସନ୍ତା ଜୁନ୍‌ ୧୨ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ ।  ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲାମ୍ପୁର ପରେ ଏବେ ଓଡିଶା ବିମାନ ଯାତ୍ରାରେ ଏବେ ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି । ତେବେ ଆସନ୍ତା ଜୁନ୍ ୧୨ରେ ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନଯାତ୍ରାର ଶୁଭାରମ୍ଭ ହେବ ।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍‌ ପଲିସି(ଏନ୍‌ଡିପି)-୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି ।  ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ିବା ଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନ ଓ ସଂସ୍କୃତିର ଆଦାନ ପ୍ରଦାନ ବଢ଼ିବ ।  ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଇଣ୍ଡିଗୋର ଏକ ବିମାନ ସପ୍ତାହକୁ ୩ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ାଣ କରିବ।  ସୂଚନାଯୋଗ୍ୟ, ଭୁବନେଶ୍ବର ବିମାନ ବନ୍ଦରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲୁମ୍ପୁରକୁ ବିମାନ ଉଡ଼ାଣ କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button