Odia Dhagadhamali: ଦିନରେ ଶୁଏ ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବ ? କହିଲ ଦେଖି ଉତ୍ତର…

ନମସ୍କାର ବନ୍ଧୁଗଣ ତେବେ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧;- ଦେହ ଅଛି ମୁଣ୍ଡ ନାହିଁ ମୁଣ୍ଡ ନଥାଇ ଟୋପି ପିନ୍ଧେ ?
ଉତ୍ତର;- ବୋତଲ ।
୨;- ଡେଣା ନଥାଇ ଆକାଶରେ ଉଡେ, ମଣିଷକୁ ଝାମ୍ପି ନିଏ ?
ଉତ୍ତର;- ଆକାଶ ଛତ ।
୩;- ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ, ଆଉ ଜଣେ କେଉଁ କାମ କୁ ନୁହେଁ ?
ଉତ୍ତର;- ଚପଲ ।
୪;- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା, ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?
ଉତ୍ତର;- ସୂର୍ଯ୍ୟ ଚନ୍ଦ୍ର ।
୫;- ସୂର୍ଯ୍ୟ ପୃଥିବୀରେ କେବେହେଲେ କଣ ଦେଖି ନାହିଁ ?
ଉତ୍ତର;- ଅନ୍ଧାର ।
୬;- ଦୁଇ ଭାଇ ଜଣକୁ ଖାଇଲେ ପେଟ ଥଣ୍ଡା ଆଉ ଜଣଙ୍କୁ ଖାଇଲେ ପେଟ ଗରମ ?
ଉତ୍ତର;- ମିଶିରି ଓ ଚିନୀ ।
୭;- ଜନ୍ମ ନିଏ ରାତିରେ ସକାଳ ହେଲେ ଏ ଦୁଆର ସେ ଦୁଆର ଦେଖି ସାରିଲେ ମରଣ ତାର ?
ଉତ୍ତର;- ଖବର କାଗଜ ।
୮;- ଦିନରେ ଶୁଏ ରାତିରେ କାନ୍ଦେ ଯେତେ କାନ୍ଦିବ ସେତେ ଖାଇବ ?
ଉତ୍ତର;- ମହମବତୀ ।
୯;- ନା କେବେ କରେସେ ଝଗଡା ନା କେବେ ସେ ରୁଷେ, ତଥାପି ସେ ମାଡ ଖାଏ ?
ଉତ୍ତର;- ଢୋଲ ।
୧୦;- ଏମିତି ଏକ କମ ଅଛି, ପୁରୁଷ ଜୀବନରେ ଠାରେ କରେ, କିନ୍ତୁ ମହିଳା ସବୁଦିନ କରନ୍ତି ?
ଉତ୍ତର;- ସିନ୍ଥିରେ ସିନ୍ଦୁର ନାଇବା ।
୧୧;- ଏମିତି ଏକ କଣ ଜିନିଷ ଅଛି ଯାହାକୁ ଫେଣ୍ଟୁ, ବାଣ୍ଟୁ ଏବଂ ଭାଗ କରୁ କିନ୍ତୁ ଖାଇ ନଥାଉ ?
ଉତ୍ତର;- ତାସ ପାଲି ।
୧୨;- କାହାକୁ ଟାଣିଲେ ଛୋଟ ହୁଏ ?
ଉତ୍ତର;- ବିଡି ଓ ସିଗାରେଟ ।
୧୩;- ପବନ ଖାଇଲେ କିଏ ମରିଯାଇଥାଏ ?
ଉତ୍ତର;- ଝାଳ ।
୧୪;- ମୃତ୍ୟୁ ପରେ ମଧ୍ୟ ଠିଆ ହୋଇଥାଏ ସେ କିଏ ?
ଉତ୍ତର;- ଗଛ ।
୧୫;- କାହାର ଆଖି ଅଛି କିନ୍ତୁ ସେ ଦେଖି ପାରେନା ?
ଉତ୍ତର;- ନଡିଆ ।
୧୬;- କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା ?
ଉତ୍ତର;- ପାନିଆ ।
୧୭;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ ମାତ୍ର ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର;- ନିଆଁ ।
୧୮;- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?
ଉତ୍ତର;- ନଡିଆ/ପଇଡ ।
୧୯;- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?
ଉତ୍ତର;- କମଳା ।