ଧର୍ମ

ସୋମବାର ଦିନ କରନ୍ତୁ ଏହି ଉପାୟ ଆପଣଙ୍କୁ ସବୁ କ୍ଷେତ୍ରରେ କରିବ ବିଜୟୀ

ପ୍ରତେକ ମଣିଷ ନିଜର ଜୀବନରେ ଧନୀ ହେବାର ସ୍ୱପ୍ନ ଦେଖିଥାନ୍ତି। ତେବେ ବର୍ତ୍ତମାନ ସମୟରେ ପଇସା ହେଉଛି ସବୁ କିଛି । ଯେତେ ବେଳେ ପଇସା ପାଖରେ ନ ଥାଏ ଅନେକ ସମସ୍ୟା ଲାଗି ରହିଥାଏ । ମଣିଷ ଜୀବନରେ ପଇସା ସମସ୍ଯା ବ୍ଯତୀତ ଲୋକଙ୍କ ର ବିଭିନ୍ନ ସମସ୍ୟା ରହିଥାଏ। ତେବେ ଏହି ସବୁ ସମସ୍ୟା ର ସମାଧାନର ଚିନ୍ତା ହିଁ ମଣିଷ କୁ ଚିନ୍ତିତ କରିଥାଏ । ଯାହା ଫଳରେ ମଣିଷ ଅସୁସ୍ଥ ହୋଇଥାଏ । ସବୁଠାରୁ ବଲବାନ ହେଉଛି ସମୟ।

ପ୍ରତେକ ମଣିଷ ର ଭାଗ୍ୟ ସମୟ ସହ ପରିବର୍ତ୍ତନ ହୋଇଥାଏ । କେବଳ ଭାଗ୍ୟ ନୁହେଁ ମଣିଷ ନିଜେ ମଧ୍ୟ ସମୟ ର ଅଧିନରେ ଅଛି ।  ମଣିଷ ଜୀବନରେ କେତେବେଳେ ସୁଖ ତ କେତେବେଳେ ଦୁଃଖ ଲାଗି ରହିଥାଏ । ତେବେ ଆପଣଙ୍କ ଜୀବନରେ ଯଦି କିଛି ସମସ୍ୟା ରହିଥାଏ ତାହାର ସମାଧାନ ପାଇଁ  ଆଜି ଆମେ ଆପଣଙ୍କୁ ଏକ ସରଳ ଉପାୟ କହିବୁ

ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଆପଣ ଏହା ମନେ ରଖିବେ ଏହି ଉପାୟ କୁ ଆପଣ କୌଣସି ବ୍ୟକ୍ତି ବିଷୟରେ ଖରାପ ଚିନ୍ତା କରି କରିବେ ନାହିଁ ।   ଏହି ଉପାୟ କରିବା ପାଇଁ ଆପଣଙ୍କୁ ଅରଖ ଗଛର ଚେରର ଆଵଶ୍ୟକତା ପଡିବ।

ଅରଖ ଗଛର ଚେରକୁ ଆପଣ ସୋମବାର, ବୁଧବାର, ବା ଶୁକ୍ରବାର ଦିନ ଆଣି ପାରିବେ। ଏହି ଚେର କୁ ଆଣିବା ପୂର୍ବରୁ ଆପଣ ଏହାର ନିମନ୍ତ୍ରଣ କରିବା ନିହାତି ଭାବେ ଦରକକାର । ଯେଉଁ ଭଳି ଭାବେ ଆମେ ଘରକୁ ଅତିଥି ଙ୍କୁ ନିମତରଣ କରି ଥାଉ ସେହି ଭଳି ଭାବେ ଏହାକୁ ନିମନ୍ତ୍ରଣ କରିବା ଆବଶ୍ୟକ ଅଟେ ।

ଏହାକୁ ନିମନ୍ତ୍ରଣ କରିବା ପରେ  ଘରକୁ ଆଣିବେ । ତେବେ ଏହି ଅରଖ ଚେରର ଅଳ୍ପ ଚେର ଆଣି ଆପଣ ଏହାକୁ ଏକ ଲାଲ କପଡା ର ରୁମାଲ ରେ ବାନ୍ଧିଦେବେ । ଏହା ପରେ ଏକ ଦୀପରେ ଚମେଲି ତେଲ, ଚନ୍ଦନ, ଅତର ନେବେ । ଏହା ପରେ ଏହି ଦୀପକୁ ଆପଣ ଜାଳିବେ ।

ଦୀପ ଜଳିବା ସାରିବା ପରେ ସଂପୂର୍ଣ୍ଣ ଭାବେ ଏହାର କଳା କୁ ଆପଣ ସଂଗ୍ରହ କରିନେବେ। ଏହି କଳା ର ସାହାର୍ଯ୍ୟ ରେ ଆପଣ ନିଜର ଇଚ୍ଛା ଲେଖିକି ରଖିବେ । ଏହା ପରେ ଏହି ରୁମାଲ କୁ ନେଇ ଆପଣ ପ୍ରଭୁ ମହାଦେବଙ୍କ ଚରଣ ତଳେ ରଖିଦେବେ । ଏହି ଉପାୟ କରିବା ସମୟରେ ଓଁ ଭୃମ  ଜୁମ ସା ନମଃ ଶିବାୟ ଏହି ମନ୍ତ୍ର ଜପ କରିବେ ।

ଏହି ମନ୍ତ୍ର କୁ ଆପଣ ୫ ଥର ଜପ କରିବେ। ଏହା ପରେ ଏହି ରୁମାଲ କୁ ନେଇ ବର ଗଛର ଡାଳ ରେ ବା ବର ଗଛ ରେ ଓହଳରେ ବାନ୍ଧି ଦେବେ । ଏହି ରୁମାଲ କୁ ଆପଣ ବାନ୍ଧିବା ପାଇଁ ନାଲି ସୂତା ର ବ୍ୟବହାର କରିବେ । ଏହି ଉପାୟ କୁ ଆପଣ  ପୁର୍ଣିମା ଦିନ କରିବା ଦ୍ୱାରା ଏହା ଅଧିକ ଲାଭଦାୟକ ହୋଇଥାଏ। ଏହି ଉପାୟ କରିବାର ୨୧ ଦିନ ମଧ୍ୟରେ ହିଁ ଆପଣଙ୍କ ଇଛା ପୂର୍ଣ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button