ଶିକ୍ଷା
ବିଭିନ୍ନ ସ୍କୁଲରେ ଶିକ୍ଷକ ଅଭାବ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ସରପଞ୍ଚ ପ୍ରତିନିଧି ଙ୍କ ଗୁହାରୀ
ବଙ୍ଗୋମୁଣ୍ଡା,୨୧।୧୦ – ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ । ଉକ୍ତ ପଂଚାୟତରେ ରହିଥିବା ପାଞ୍ଚୋଟି ବିଦ୍ୟାଳୟରେ ବହୁଦିନରୁ ଶିକ୍ଷକ ଅଭାବ ଲାଗି ରହିଛି । ସେଥିମଧ୍ୟରୁ ପଣ୍ଡରିପାଣି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ କେବଳ ରହିଥିବା ବେଳେ ଅନ୍ୟ ଚାରୋଟି ବିଦ୍ୟାଳୟ ବୁଞ୍ଜିପଦର , ତେନ୍ତୁଳିପଡା , ପିତାମହୁଲ ଓ ବହଲଗୁଭା ରେ ଜଣେ ଲେଖାଏଁ ମାତ୍ର ଶିକ୍ଷକ ଅଛନ୍ତି । ଯଦି ଗୋଟିଏ ବିଦ୍ୟାଳୟରେ ଗୋଟିଏ ଶିକ୍ଷକ ରହିବେ ପୁଣି ସ୍କୁଲରେ ଅଫିସ କାମ ମଧ୍ୟ ରହିଛି ତ କେମିତି ସେହି ସ୍କୁଲ ଗୁଡିକରେ ଶିକ୍ଷାଦାନ ହେବ ତାହା ସହଜରେ ଅନୁମେୟ । ଏ ନେଇ ଅଲଣ୍ଡା ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଯୁବରାଜ ବାଗ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଆବେଦନ କରିଛନ୍ତି । ଅତିଶୀଘ୍ର ଶିକ୍ଷକ ଅଭାବ ପୂରଣ ନ କଲେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ ବୋଲି ଆବେଦନ ପତ୍ର ରେ ସଲଗ୍ନ କରାଯାଇଛି ।