ଜୀବନଶୈଳୀ

ଦାଣ୍ଡରେ ରଖା ଯାଇଛି ଘରର ସବୁ ଆସବବାପତ୍ର ଯେମିତି ଆଲଣା, ଖଟ, ଫ୍ରିଜ, ବାସନ କୁସନ ଇତ୍ୟାଦି । ହଠାତ ଏ ଦୃଶ୍ୟ ଦେଖିଲେ ଦର୍ଶକ ବନ୍ଧୁ ଆପଣ ଭାବିବେ ବୋଧ ହୁଏ ବୋହୂ ଶାଶୁଘରକୁ ଆସିଛି । ସେଥିଲାଗି ଘର ଦୁଆ ରେ ଭାର ଥୋର ଥୁଆ ହୋଇଛି । କିନ୍ତୁ ସତ କଥା ହେଉଛି ଘରୁ ବାପା ମା ଙ୍କୁ ତଣ୍ଟିଆ ମାରି ବାହାର କରିବାର ଦ୍ରୁଶ୍ଯ । ପିଲା ଜନ୍ମ କରିଥିଲେ ପରିଣତ ବୟସରେ ସାହା ହେବ ବୋଲି । by TaboolaSponsored Links You May Like The Secret Behind Successful Intraday Traders – Learn It Now! TradeWise ହେଲେ ଏଠାରେ କିନ୍ତୁ ପରିଣତ ବୟସରେ ବାପା ମା ଙ୍କୁ ଧକ୍କା ମାରି ଘରୁ ବାହାର କରି ଦେଉଛନ୍ତି ଝିଅ ଓ ଜ୍ଵାଇଁ । ଯେଉଁ ଝିଅକୁ ଜନ୍ମ କରିଥିଲେ ବିପଦ ଆପଦରେ ସାହା ହେବ ବୋଲି ଆଜି ସେଇ ଝିଅ ଜ୍ଵାଇଁ ଘଋ ତଣ୍ଟିଆ ମାରି ବୃଦ୍ଧ ବାପା ମା ଙ୍କୁ ବାହାର କରି ଦେଇଛନ୍ତି । ଏପରିକି ଝିଅ ନିଜ ମା ର ହାତକୁ କାମୁଡି ଦେଉଛି । ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ ନିଶ୍ଚୟ । ଏମିତିକି ବୁଢୀ ମା କୁ ମା-ଡ ମା-ରି-ବା-କୁ ବି ପଛାଉ ନାହି ଝିଅ । ଘରେ ଥିବା ସବୁ ଆସବାବପତ୍ର ସହ ଗାଁ ରେ ଥିବା ନିଜ ଜମି ବାଡି କୁ ନିଜ ଝିଅ ନାଁ ରେ କରି ଦେଇଥିଲେ ବୃଦ୍ଧ ବାପା ମା । ହେଲେ ଜାଗା, ଜମି ସବୁ ପାଇବା ପରେ ଏବେ ବୁଢା ବାପା ମା ଙ୍କୁ ଏମିତି ବାହାର କରି ଦେଉଛି ଝିଅ । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଲା ଯେଉଁ ବାପା ମା ଏ ଘର ଜମି କୁ ପିଲାଙ୍କ ନାଁ ରେ କରି ଦେଇଥିଲେ ଆଜି ସେହି ଜାଗାକୁ ନେଇ କୋର୍ଟ ଓ ପୋଲିସର ଆଶା ନେଇ ଝିଅ ଜ୍ଵାଇଁ ସବୁ ନେଇଗଲେ । ଆଜିର ସମୟରେ ସମ୍ପତି ପାଇଁ ମଣିଷ ସବୁ କିଛି ଭୁଲି ଯାଉଛି । ବୟସ ର ଅପରାହ୍ନ ରେ ପୁଅ ମାନେ ବୁଢା ବାପା ମା ଙ୍କୁ ଘରୁ ବାହାର କରି ଦେଉଥିବା ଘଟଣା ସାମ୍ନା କୁ ଆସୁଛି । କିନ୍ତୁ ଏଠାରେ ଝିଅ ବାପା ମା ଙ୍କୁ ଘରୁ ବାହାର କରି ଦେବା ଘଟଣା କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଏ ସଭ୍ଯ ସମାଜ ଏଭଳି ଝିଅ କୁ କଣ କହିବ ତାହା ଏବେ ପ୍ରଶ୍ନ ଉଠିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ନମସ୍କାର ବନ୍ଧୁଗଣ । ଟାଉନ ଟାଇଗର ଜିପ ରେ ବସିଛନ୍ତି ଆଉ 800 ଟଙ୍କା ପାଇଁ କହୁଛନ୍ତି । ଏ ସବୁ ଦେଖିବା ପରେ ଆପଣ ହୁଏ ତ କିଛି ବୁଝିପାରୁ ନ ଥିବେ । ଆଉ ମନରେ ପ୍ରଶ୍ନ ଆସୁଥିବା ଏ ଟଙ୍କା କାହିଁକି ମାଗୁଛନ୍ତି ? ତେବେ ଦର୍ଶକ ବନ୍ଧୁ ବ୍ୟକ୍ତି ଜଣକ ଟଙ୍କା କାହିଁକି ମାଗୁଛନ୍ତି ତାହା ଜାଣିବାକୁ ହେଲେ ଆପଣଙ୍କ ହୋସ ଉଡିଯିବ । କାରଣ ଶ-ବ ବ୍ୟ-ବ-ଛେ-ଦ ଲାଗି ବ୍ୟକ୍ତି ଜଣକ ମାଗୁଛନ୍ତି ଟଙ୍କା ।

ବାପା ଆଗରେ ପୁଅର ଜୀବନ ଚାଲିଗଲା । ଅ-ପ-ମୃ-ତ୍ୟୁ ହୋଇ ଥିବାରୁ ମେଡିକାଲ ରେ ପୋ-ଷ୍ଟ ମ-ର୍ଟ-ମ ଲାଗି ଶ-ବ ବି ଆସିଲା । ହେଲେ ବ୍ୟ-ବ-ଛେ-ଦ ପୂର୍ବରୁ କେମିତି ଚାଲିଛି ମୂଲଚାଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ର ରାୟରଙ୍ଗପୁର ର । ଯାହା ସମସ୍ତଙ୍କୁ ବିଚଳିତ କରି ଦେଇଛି ।

ପୋଲିସ ଉପସ୍ଥିତିରେ ଜଣେ ଅସହାୟ ବାପା କୁ ନିଜ ପୁଅର ଶ-ବ ବ୍ୟ-ବ-ଛେ-ଦ କରିବା ପାଇଁ 800 ଟଙ୍କା ଲାଞ୍ଚ ମଗାଯିବା ସହ ଟଙ୍କା ନ ଦେଲେ ରିପୋର୍ଟ ଦେବି ନାହି ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବି ବୋଲି ଧମକ ଦେଇଛନ୍ତି ମେଡିକାଲ କର୍ମଚାରୀ ଜଣକ । ମୟୁରଭଞ୍ଜ ମୋରଦା ଅଞ୍ଚଳର ଜଣେ ପ୍ରସୂତି ଙ୍କ ପ୍ରସବ ବେଦନା ପରେ ପରିବାର ଲୋକେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ ।

ହେଲେ ପିଲା ଜନ୍ମ ହେବାର ମୃ-ତ୍ୟୁ ହୋଇଥିଲା ପିଲାର । ଚିକିତ୍ସା ଅବହେଳା କାରଣରୁ ପିଲାଟିର ମୃ-ତ୍ୟୁ ହେବା ନେଇ ଥାନା ରେ ଅଭିଯୋଗ କରି ମୃ-ତ ଶିଶୁର ଶ-ବ ବ୍ୟ-ବ-ଛେ-ଦ ଲାଗି ମେଡିକାଲ ରେ ପହଞ୍ଚି ଥିଲେ ବାପା ମା । ହେଲେ ଶ-ବ ବ୍ୟ-ବ-ଛେ-ଦ କୁ ନେଇ 800 ଟଙ୍କା ନେବାକୁ କହିଥିଲେ ମେଡିକାଲ ର ଜଣେ କର୍ମଚାରୀ ।

ଏବେ ନୁହେଁ ବହୁ ପୂର୍ବରୁ ମଧ୍ୟ ରାୟରଙ୍ଗପୁର ମେଡିକାଲ ରେ ଲାଞ୍ଚ ଖବର ପ୍ରକାଶ ପରେ ଜଣେ କର୍ମଚାରୀ ଙ୍କୁ ନିଲମ୍ବନ କରା ଯାଇଥିଲା । ଆଉ ଏବେ ପୁଣି ଥରେ କୁନି ଶିଶୁର ଶ-ବ ବ୍ୟ-ବ-ଛେ-ଦ ଲାଗି 800 ଟଙ୍କାର ଲାଞ୍ଚ ମାଗୁଥିବା କର୍ମଚାରୀ ଙ୍କ ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ବଢିଛି ଚର୍ଚ୍ଚା ।

ଭାଇରାଲ ବିଡିଓ ବାବଦରେ ରାୟରଙ୍ଗପୁର ଏଡିଏମ ଙ୍କୁ ପଚାରିବାରୁ ସେ କିଛି ପ୍ରତିକ୍ରିୟା ଦେଇ ନ ଥିଲେ ବି ଯିଏ ଲାଞ୍ଚ ମାଗିଛି ତା ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button