କ୍ରାଇମ

ମଧ୍ୟପ୍ରଦେଶରେ ୯୦ଜଣ ନବନିର୍ବାଚିତ ବିଧାୟକଙ୍କ ବିରୋଧରେ ଚାଲିଛି ମାମଲା, ୨୦୫ କୋଟିପତି – Utkal Mail


ଭୋପାଳ: ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ପୁଣିଥରେ ବିପୁଳ ପରିମାଣରେ ଭୋଟ ମିଳିଛି। ତେବେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ‌ହେବାପରେ ଏଠାରେ ନୂଆମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଭୋପାଳରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ଆଲୋଚନା ଓ ବୈଠକ ଜାରି ରହିଛି। ଏହି କ୍ରମରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।

ଡେମୋକ୍ରେଟିକ ରିଫର୍ମ ଆସୋସିଏସନ (ଏଡିଆର) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ‘ ମଧ୍ୟପ୍ରଦେଶର ୨୩୦ଜଣ ବିଧାୟକଙ୍କ ମଧ୍ୟରୁ ଚଳିତଥର ୯୦ଜଣ ଦାଗୀ ବିଧାୟକଙ୍କ ନାମ ସାମ୍ନାକୁ ଆସିଛି। ଏହି ୯୦ଜଣ ବିଧାୟକଙ୍କ ମଧ୍ୟରୁ ୩୪ଜଣ ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି।

୯୦ଜଣ ଦାଗୀ ବିଧାୟକଙ୍କ ମଧ୍ୟରୁ ୫୧ଜଣ ବିଜେପିର ରହିଥିବା ବେଳେ ୩୮ଜଣ କଂଗ୍ରେସର ଓ ଜ‌ଣେ ଭାରତୀୟ ଆଦିବାସୀ ପାର୍ଟିର ରହିଛନ୍ତି। ଦେଖିବାକୁ ଗଲେ ୨୦୧୮ ତୁଳନାରେ ଚଳିତ ଥର ଦାଗୀ ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୧୮ରେ ବିଧାନସଭାରେ ୯୪ଜଣ ଦାଗୀ ବିଧାୟକ ଥିବା ଏକ ରିପୋର୍ଟରୁ ଜଣାପଡ଼ିଥିଲା।

ଏତଦ୍‌ବ୍ୟତୀତ ରିପୋର୍ଟରୁ ଜଣାପଡ଼ିଛି କି ଚଳିତଥର ୨୩୦ଜଣ ବିଧାୟକଙ୍କ ମଧ୍ୟରୁ ୨୦୫ଜଣ ବିଧାୟକ କୋଟିପତି । ୨୦୫ଜଣ କୋଟିପତି ବିଧାୟକଙ୍କ ମଧ୍ୟରୁ ୧୪୪ଜଣ ବିଜେପିର ହୋଇଥିବା ବେଳେ ୬୧ଜଣ କଂଗ୍ରେସର ରହିଛନ୍ତି। ଉଳ୍ଲେଖଯୋଗ୍ୟ, ୨୦୧୮ରେ ୧୮୭ଜଣ କୋଟିପତି ବିଧାୟକ ରହିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button